ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା। କେଦାରପଲ୍ଲୀ ବସ୍ତିରୁ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ । ଏଥିସହିତ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା। କେଦାରପଲ୍ଲୀ ବସ୍ତିରୁ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ । ଏଥିସହିତ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ରାଜେଶ ନାୟକ, ମଲିକ ନାୟକ,କୃଷ୍ଣ ଚନ୍ଦ୍ର ବାରିକ,ବଳଭଦ୍ର, ଅକ୍ଷୟ ବେହେରା, ଆଲୋକ ଦାସ, ଶିବରାମ ପ୍ରଧାନ ଓ ରାକା ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଶିବା ଓ ତାଙ୍କର ଜଣେ ବନ୍ଧୁଙ୍କୁ ହଠାତ ୨୦ରୁ ୩୦ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। କିଛି ସମୟର ଆତଙ୍କ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବଡ଼ଦିନ ପାଇଁ ସହର ପୋଲିସ ଛାଉଣୀ ଥିବା ବେଳେ ଘଟିଛି ଏହି ଅଘଟଣ। ଆହତ ଯୁବକ ଶିବା ନାଁରେ ପୂର୍ବରୁ ଏକାଧିକ ଥାନାରେ ମାମଲା ରହିଛି । ଦୀର୍ଘ ଦିନ ହେବ ଶିବା ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.