୭୦୦ ଟଙ୍କାରେ ଥାର୍ କିଣିବାକୁ ଛୁଆଟିର ଡିମାଣ୍ଡ ଶୁଣି ମଜାଦାର ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓଟିକୁ ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା  ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହା ବହୁତ ମଜାଦାର । ଯେଉଁ ଭିଡିଓରେ ଗୋଟେ ଛୁଆଟିଏ ଏକ ଭିନ୍ନ ଧରଣର ଡିମାଣ୍ଡ କରୁଥିବା ନଜର ଆସୁଛି ।

ଭାରତର ଲୋକପ୍ରିୟ ଗାଡି ମାନଙ୍କ ଭିତରେ ମହିନ୍ଦ୍ରା ଥାର୍ ଅନ୍ୟତ୍ତମ । ଯାହାକୁ ଦେଖିଲା ମାତ୍ରକେ ପ୍ରାତଃ ପସନ୍ଦ କରିଥାନ୍ତି । ସତ କହିବାକୁ ଗଲେ ଲୋକପ୍ରିୟତା ଦ୍ରୁଷ୍ଟିରୁ ଚିନ୍ତା କଲେ ଯେଉଁମାନେ ଆଡଭେଞ୍ଚର ସୌକିନ୍ ସେମାନଙ୍କ ପାଖରେ ମହିନ୍ଦ୍ରା ଥାର୍ ଚାହିଦା ଟିକେ ଅଧିକ ରହିଥାଏ । ତେବେ ଏହି ଗାଡିଟିର ଡିଜାଇନ୍ ଏବଂ ଇଞ୍ଜିନ୍ ପାଇଁ ଏହା ସବୁଠି ଚାଲିଥାଏ । ଏହାର ଦାମ୍ କଥା କହିଲେ ଏହାକୁ ପ୍ରାୟ ୧୨ ରୁ ୧୫ ଲକ୍ଷ ଏକ୍ସ ସୋ ରୁମ୍ ପ୍ରାଇସ୍ ରେ ଆପଣମାନେ କିଣିପାରିବେ । ତେବେ କହିବାକୁ ଗଲେ ଏହାର ଦାମ୍ ଅନ୍ୟ ଆଡଭେଞ୍ଚର ଗାଡି ତୁଳନା ଖୁବ୍ କମ୍ । ତେଣୁ ଆଡଭେଞ୍ଚର ପ୍ରେମୀଙ୍କ ପାଇଁ ଏହି ମହିନ୍ଦ୍ରା ଥାର୍ ପ୍ରଥମ ପସନ୍ଦ ହୋଇଥାଏ ।

ତେବେ ଏହାରି ଭିତର ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓଟିକୁ ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା  ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହା ବହୁତ ମଜାଦାର । ଯେଉଁ ଭିଡିଓରେ ଗୋଟେ ଛୁଆଟିଏ ଏକ ଭିନ୍ନ ଧରଣର ଡିମାଣ୍ଡ କରୁଥିବା ନଜର ଆସୁଛି । ଡିମାଣ୍ଡଟି ଏତେ ମଜାଦାର ଯେ ଆପଣ ଶୁଣିଲେ ହସି ଉଠିବେ । ଏହି ଭିଡିଓଟିକୁ ଦେଖିବା ପରେ ନିଜେ ଆନନ୍ଦ ମହିନ୍ଦ୍ରା ଲକ ମଜାଦାର ଉତ୍ତର ଦେଇଛନ୍ତି ।

ଭିଡିଓଟିରେ ଛୁଆଟି ନିଜ ବାପାଙ୍କୁ ମହିନ୍ଦ୍ରା ଥାର୍ କେବଳ ୭୦୦ଟଙ୍କାରେ କିଣିବା କଥା କହୁଥିବା ଦେଖିବାକୁ ମିଳିଛି । ଏଥିରେ ସେ ନିଜେ ବାପାଙ୍କୁ କହୁଛନ୍ତି କି ମହିନ୍ଦ୍ରା ଥାର୍ କେବଳ ୭୦୦ ଟଙ୍କାରେ କିଣାଯାଇପାରିବ । ଏହାପରେ ପିଲାଟିର ବାପା କହୁଛନ୍ତି କେମିତି ଏମିତି ଟଙ୍କାରେ ଗାଡିଟି କିଣାଯାଇପାରିବ । ପିଲାଟି କହୁଛନ୍ତି କି ଆପଣଙ୍କ ପର୍ସରେ ସେତିକି ଟଙ୍କା ହିଁ ଅଛି ସେତିକିରେ ହିଁ ଆମେ ସୋ ରୁମ୍ ଯାଇ ଗାଡି କିଣି ଆଣିବା ।

ତେବେ ଏହି ଭିଡିଓଟିକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି କି, ମୋର ବନ୍ଧୁ @soonitara ମୋତେ ଏହା କହିକି ପଠାଇଛନ୍ତି କି, ମତେ ଚକୁ ବହୁତ ପସନ୍ଦ ଅଟେ । ଏଥିଲାଗି ମୁଁ ଇଷ୍ଟା @cheekutheoidakid ରେ କିଛି ପୋଷ୍ଟ ଦେଖିଲି ଏବଂ ଏବେ ମୁଁ ତାଙ୍କୁ ଭଲ ପାଉଛି । ମୋ ଏକମାତ୍ର ସମସ୍ୟା ଏହା କି ମୁଁ ଯଦି ତାଙ୍କ ଦାବି ମାନି ତାଙ୍କୁ ୭୦୦ ଟଙ୍କାରେ ଥାର୍ ବିକି ଦେବି ତାହାହେଲେ ମୁଁ ଶୀଘ୍ର ଦେବାଳିଆ ହୋଇଯିବି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.