କଦମପାଳ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାରପିଟ, ୮ଜଣ ଆହତ
ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମରେ। ଗ୍ରାମର ଇନ୍ଦ୍ରମଣି ସାହୁ ଓ ମନ୍ଦରଧର ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ତେବେ ଆଜି ଏହା ଉଗ୍ର ରୂପ ନେଇଥିଲା।
ଯାଜପୁର(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ। ୮ଜଣ ଆହତ। ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମରେ। ଗ୍ରାମର ଇନ୍ଦ୍ରମଣି ସାହୁ ଓ ମନ୍ଦରଧର ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ତେବେ ଆଜି ଏହା ଉଗ୍ର ରୂପ ନେଇଥିଲା।
ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମାରପିଟ ହୋଇଥିଲା। ଏଥିରେ ଉଭୟ ପରିବାରର ପାଖାପାଖି ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ବାଲିଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି।