ରାକ୍ଷସୀ ପାଲଟିଲା ବଡ଼ ମା: ଗୁଣିଗାରେଡି ସନ୍ଦେହରେ ନେଲା ନିଜ ୮ ବର୍ଷ ପୁତୁରାର ଜୀବନ

ରାଇରଙ୍ଗପୁର(କେନ୍ୟୁଜ୍): ବିଂଶ ଶତାବ୍ଦୀରେ ମଧ୍ୟ ଗୁଣିଗାରେଡି ସନ୍ଦେହ ଜନିତ ହତ୍ୟାକାଣ୍ଡ ଘଟିଚାଲିଛି ! ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏଭଳି ଏକ ନାରକୀୟ କାଣ୍ଡ। ଆଉ ନାରକୀୟକାଣ୍ଡ ପଛରେ ରହିଥିଲା ଜଣେ ନାରୀର ହାତ। ଜଣେ ମା ର ହାତ। ଏ ହେଉଛି।ମୟୁରଭଞ୍ଜ ତିରିଂ ଥାନା ବିଂଝୁଆ ଗ୍ରାମର କଥା । ବିଂଝୁଆ ଗ୍ରାମର କାରୁ ସୋରେନଙ୍କ ଏକମାତ୍ର ଅଲିଅଳି ପୁଅ ଜଗନ୍ନାଥ। ବୟସ ମାତ୍ର ଆଠ ବର୍ଷ। ପ୍ରଥମ ଶ୍ରେଣୀର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଥିଲା ଅନେକ ପ୍ରତିଭା।

ଖେଳକୁଦ ବୟସରେ ଜାଣିନଥିଲା ହିଂସା କପଟ । ତାଙ୍କୁ ନେଇ ବାପାମା ଦେଖିଥିଲେ ଅନେକ ସ୍ବପ୍ନ। ହେଲେ ଅନ୍ଧବିଶ୍ୱାସରେ ବଳି ପଡିଲା ପୁଅ ଜଗନ୍ନାଥ। ପୁଅର ତଣ୍ଟିଚିପି ହତ୍ୟା କଲା ନିର୍ଦ୍ଧୟା ନିଷ୍ଠୁର ବଡ଼ ମା। ନିଜ ଜାଆକୁ ଡାହାଣୀ ସନ୍ଦେହ କରି ଜାଆର ୮ବର୍ଷର ପୁଅ ଜଗନ୍ନାଥ ସୋରେନକୁ ହତ୍ୟା କଲା ପିଶାଚ ବଡ଼ମା ତୁଳସୀ ସୋରେନ। ନିଜ ସ୍ୱାମୀ, ପୁଅ ଓ ଦିଅରର ମୃତ୍ୟୁ ଜାଆଙ୍କ ଗୁଣି ଗାରେଡି ଯୋଗୁଁ ହୋଇଥିବା ସନ୍ଦେହ କରି ତାଙ୍କ ପରିବାର ଉପରେ ରାଗ ରଖିଥିଲେ ତୁଳସୀ। ଆଉ ଟାର୍ଗେଟ କରିଥିଲେ ତାଙ୍କ ଏକମାତ୍ର ପୁଅ ଜଗନ୍ନାଥକୁ।

ଗୁଣିଗାରେଡି ଓ ଅନ୍ଧବିଶ୍ୱାସର ଏତେ ବଶବର୍ତ୍ତୀ ହୋଇଯାଇଥିଲେ ଯେ ତୁଳସୀ ପ୍ରତିଶୋଧ ପାରାୟଣ ହୋଇ ରାକ୍ଷସ ପାଲଟିଯାଇଥିଲେ। ବୁଧବାର ରାତିରେ ଗାଁରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଉ ସେହି କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବେଳେ ପୁତୁରାକୁ ଏକା ପାଇ ମୁହଁରେ ଚାପି ଧରି ଛାତିରେ ବସି ତଣ୍ଟି ଚିପି ହତ୍ୟା କରିଥିଲେ ବଡ଼ମା । ଜଣେ ନାରୀ ହୋଇ ମଧ୍ୟ ଛୋଟ ଶିଶୁର ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କଲା । ଆଉ ମାରିଦେବା ପରେ ବାଡ଼ି ପଛପଟ ନିଛାଟିଆ ଜାଗାରେ ମୃତ୍ୟଦେହ ଫୋପାଡ଼ି ଦେଇଥିଲା। ସକାଳୁ ସ୍ଥାନୀୟଲୋକେ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ଶିଶୁଟିର ହତ୍ୟାକାରୀ ନିଜ ବଡ଼ ମା ବୋଲି ଜଣାପଡିଥିଲା। ତିରିଂ ଥାନା ପୋଲିସ ଅଭିଯୁକ୍ତ ବଡ଼ ମା ତୁଳସୀ ସୋରେନଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.