୮୦ ଲିଟର କଫ ସିରପ ସହ ମାରୁତି ଭ୍ୟାନ ଜବତ, ଜଣେ ଗିରଫ

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ ହୋଇଛି ।

ବାଙ୍ଗିରିପୋଷି :  ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ ହୋଇଛି । ଗତକାଲି ଅପରାହ୍ନ ସମୟରେ କୁଳିଅଣା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଙ୍ଗରାଜ ଠାରେ ଏକ ମାରୁତି ଭ୍ୟାନ୍ ଉପରେ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ଗାଡ଼ି ଯାଞ୍ଚ କରିବାରୁ ଗାଡି ମଧ୍ୟରୁ ୮ଟି ପେଟିରେ ଥିବା ୮୦୦ ବୋତଲ (୮୦ ଲିଟର ) ବେଆଇନ କଫ ସିରଫ ଜବତ କରିବା ସହିତ ଜଣକୁ ଗିରଫ କରିଛି । ବାରିପଦାରୁ କୁଳିଅଣାକୁ ମଦ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ମାଡ଼ି ବସିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଶୁଖୁଆପୋଡା ଅଂଚଳର ରାକେଶ ପ୍ରସାଦ ସାହା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.