ଭୁବନେଶ୍ବରରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ୯୯ ସୁସ୍ଥ

ଭୁବନେଶ୍ବର: ଭୁବନେଶ୍ୱରରୁ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଜି ୯୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩ରେ ପହଁଚିଛି । ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ଯା ୬୦୬ ଥିବାବେଳେ, ସୁସ୍ଥ ହୋଇ ଫେରିଛନ୍ତି ୭୨୪ଜଣ ଏବଂ ୧୧ ଜଣଙ୍କର ମୃତ୍ଯୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.