Below header

ନୂଆ ଟ୍ରାଫିକ୍ ନିୟମ ନେଇ ୯୫% ଲୋକ ସଚେତନ ହେଲେଣି: ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ସଚେତନ ହେଲେଣି ଲୋକ। ଏଦିଗରେ ପୋଲିସ ଓ ପରିବହନ ବିଭାଗ ବି କାମ କରୁଛି। ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଭୁବନେଶ୍ୱରରେ ୯୫% ଲୋକ ଟ୍ରାଫିକ ନିୟମ ମାନୁଛନ୍ତି। ଆଜି ଏକ ପ୍ରମୁଖ ଗଣ ମାଧ୍ୟମକୁ ସାକ୍ଷାତକାରରେ ଏହି କଥା କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, କିଛି ଦିନ ଧରି ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

 

traffic toffie

ବର୍ତ୍ତମାନ ପଲ୍ୟୁସନ୍‌ ଓ ଇନସ୍ୟୋରାନ୍ସ ଆଦିକୁ ଚେକିଂ କରାଯାଉ ନାହିଁ। ତିନି ମାସ ଭିତରେ ଲୋକ ନୂଆ ଆଇନ ସମ୍ପର୍କରେ ସଚେତନ ହୋଇଯିବେ ବୋଲି ପୋଲିସ କମିଶନର ଆଶା ପ୍ରକାଶ କରିଛନ୍ତି। ଆଗକୁ ଲେନ୍‌ ଡ୍ରାଇଭିଂ ନେଇ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.