ଗଜପତି : ପୁଣି ଛାତ୍ରୀ ଗର୍ଭବତୀ

ଗଜପତି : ଗଜପତି ଜିଲ୍ଲା ଆଇଟିଡିଏ ଦ୍ୱାରା ପରିଚାଳିତ ମୋହନା ସ୍ଥିତ ୧୦୦ ଆସନ ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ୬ ମାସ ଧରି  ଛାତ୍ରୀ ଜଣଙ୍କର ମାସିକ ଧର୍ମ ହୋଇଯିବା ଯୋଗୁଁ ଛାତ୍ରୀ ଜଣକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଟା.ଏସ.ସି.ଜି ଟେଷ୍ଟ କରାଯାଇଥିଲା। ସେଥିରୁ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲ। ଖବର ପାଇବା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବିଡିଓ ବଂଶୀଧର ଖୋସଲା ଏବଂ ପୋଲିସ ଛାତ୍ରୀ ନିବାସରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।