ଦିଲ୍ଲୀ କିସକୁ ପୂରିଲା ୭ ବର୍ଷ, ଯୋଗଦେଲେ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ

ଦିଲ୍ଲୀସ୍ଥିତ କିସ୍‌ର ୭ମ ଫାଉଣ୍ଡେସନ ଡେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଯୋଗଦେଇଥିଲେ । ଏହି ଅବସରରେ କିସ୍‌ ଛାତ୍ରଛାତ୍ରୀମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ଡ. ସାମନ୍ତ । ପିଲାମାନଙ୍କୁ ଭଲ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ । କିସ୍‌ ଦିଲ୍ଲୀର ଯେଉଁ ପିଲାମାନେ ଦ୍ୱାଦଶ ଶ୍ରେଣୀରେ ଭଲ ରେଜଲ୍‌ଟ କରିବେ ସେମାନଙ୍କୁ ଭୁବନେଶ୍ୱର କିଟ୍‌ରେ ମାଗଣାରେ ଉଚ୍ଚଶିକ୍ଷା ଦିଆଯିବ ବୋଲି ଡକ୍ଟର ସାମନ୍ତ କହିଥିଲେ ।

achyut samantଉତ୍ସବରେ ଡ. ସାମନ୍ତଙ୍କୁ ଈଶାରପୁର ଗାଁର ପ୍ରଧାନ ଈଶ୍ୱର ଡାଗର ଓ ୩୬୦ ଗାଁର ପ୍ରଧାନ ରମଚରଣ ସୋଲାଙ୍କି ପଗଡ଼ି ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଷ୍ଠା ଦିବସରେ ସ୍କୁଲ ମାଗାଜିନ ଦି ରାଇଜ୍‌ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ କିସ୍‌ ପରିସରରେ ଡକ୍ଟର ବି.ଆର୍‌. ଆମ୍ବେଦକରଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା । କିସ୍‌ର ସଫଳତା ପାଇଁ ଈଶାପୁର ଓ ଆଖପାଖ ଗାଁର ଲୋକଙ୍କୁ ଡ. ସାମନ୍ତ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.