Below header

ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଲା ୪ବର୍ଷ ଝିଅର ଜୀବନ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ସହ ଥାନା ଘେରାଉ

ଗଜପତି: ଗାରବନ୍ଧ ଥାନା ଅନ୍ତର୍ଗତ ପିଲ୍ଲୀ ଗ୍ରାମ ଠାରେ ଏକ କାର ଧକ୍କାରେ ୪ବର୍ଷର ଝିଅ ସୌମ୍ୟା ସବରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଓ ସମ୍ପର୍କିୟ ଗାରବନ୍ଧ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ମୃତ ଦେହ ରଖି ରାସ୍ତାରୋକ କରିଛନ୍ତି। ଭୁବନେଶ୍ବରୁ ଏକ କାର ଯୋଗେ ଭ୍ରମଣ ପାଇଁ ଆସିଥିବା ଏମବିଏ ଛାତ୍ର ଓ ଜଣେ ଛାତ୍ରୀ ଭ୍ରମଣ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେପଟେ ଗାରବନ୍ଧ ପୋଲିସ ଏକ ମାମଲା ରୁଜୁ କରିବା ସହ କାରଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.