କନ୍ଧମାଳ: ଚକାପାଦ ବ୍ଲକ କାମେରିକିଆ ଗାଁରେ ଅଘଟଣ, ବଣରୁ କାଠ ସଂଗ୍ରହ ବେଳେ ଜଣକୁ ଗୁଳିମାଡ଼

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କାମେରିକିଆ ଗାଁରେ ଅଘଟଣ । ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗୁଳି ମାଡରେ ଜଣେ ଆହତ । ଆହତ ହେଲେ ସେହି ଗାଁର ଜନକ ମଲ୍ଲିକ୍‌ । ଗାଁ ନିକଟସ୍ଥ ମାଣିଆକିଆ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ଜନକଙ୍କ ବାମ ଗୋଡ ଜଂଘରେ ଏକ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଟିକାବାଲି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁଳି କିଏ ଓ କାହିଁକି ମାରିଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.