ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ, ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍

ବିଗ୍ ସଣ୍ଡେରେ ବିଗ୍ ଫାଇଟ୍ । ବିଶ୍ୱକପରେ ଭାରତ-ପାକିସ୍ତାନ ମହାମୁକାବିଲା । ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ । ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍ । ତେବେ ଭାରତର ସ୍କୋର ୪୭ ଓଭରରେ ୩୦୫ ରନ ହୋଇଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ କିଛି ସମୟ ପାଇଁ ଅଟକି ଯାଇଥିଲା ଖେଳ । ପୁଣି ମ୍ୟାଚ୍ ଆରମ୍ଭ ହେବା ପରେ ପାକିସ୍ତାନକୁ ୩୩୭ ରନର ବିଶାଳ ବିଜୟ ଲକ୍ଷ ଦେଇଛି ବିରାଟ ବାହାନୀ । ଅନ୍ୟପଟେ ଦିନିକିଆରେ ଦ୍ରୁତତମ ୧୧ ହଜାର ପୂରଣ କରି ରେକର୍ଡ କଲେ ବିରାଟ କୋହଲି

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ ହିଁ ଆକ୍ରମଣ କରିଥିଲେ ବିରାଟ ବାହିନୀ । ଆଉ ମାଞ୍ଚେଷ୍ଟରରେ କରିଥିଲେ ଚୌକା ଛକାର ବର୍ଷା । ରୋହିତ ଶର୍ମାଙ୍କ ଶତକୀୟ ଇନିଂସ କ୍ରିକେଟ୍ ପ୍ରେମୀଙ୍କୁ ଖୁସ୍ କରିଛି । ଶିଖରଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହ ଓପନିଂ କରିବାକୁ ଆସିଥିଲେ କେ ଏଲ ରାହୁଲ । ଆରମ୍ଭରୁ ମହମ୍ମଦ ଆମୀରଙ୍କୁ ଦେଖିଚାହିଁ ଖେଳିଥିଲେ ଦୁଇ ଓପନର । ଆମୀର ପ୍ରଥମ ୪ ଓଭରରେ ଦେଇଥିଲେ ମାତ୍ର ୮ରନ୍ । ଆମୀରଙ୍କ ସ୍ପେଲ ସରିବା ପରେ ଭାରତର ସ୍କୋର ଦ୍ରୁତ ଗତିରେ ଆଗକୁ ବଢିଥିଲା। ୧୩୬ରନରେ ପ୍ରଥମ ୱିକେଟ ପଡିଥିଲା। ୫୭ରନ୍ କରି ପ୍ରଥମେ ଆଉଟ ହୋଇଥିଲେ କେ ଏଲ ରାହୁଲ।

viratଏହାପରେ ବିରାଟ-ରୋହିତଙ୍କ ଯୋଡ଼ି କରିଥିଲେ ବିସ୍ଫୋରକ ବ୍ୟାଟିଂ । ୨୩୪ରନରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ସ୍କୋର ୨୮୫ ରନରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୧୪୦ରନ୍ କରି ଆଉଟ ହୋଇଥିଲେ ରୋହିତ । ୧୧୩ଟି ବଲରେ ୩ଟି ଛକ୍କା ଓ ୧୪ଟି ଚୌକା କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲରେ ୨ଟି ଚୌକା ଓ ଗୋଟିଏ ଛକ୍କା ବଳରେ ୨୬ ରନ କରିଥିଲେ । ପାକସ୍ତାନର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି। ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ । ଧୋନି ଆଉଟ୍ ହେବା ସମୟରେ ଭାରତର ସ୍କୋର ୪୫.୧ ଓଭରରେ ୨୯୮ ରନ୍ ପହଂଚି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.