ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣା : ମିଳିଲା ସିସିଟିଭି ଫୁଟେଜ୍‌

କଟକ : ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମିଳିଛି ସିସିଟିଭି ଫୁଟେଜ୍‌ । ସନ୍ଦେହ ଘେରକୁ ଆସିଛି ଏକ ଇନୋଭା କାର୍‌ । କାର୍‌ଟି ନମ୍ବର ବିହୀନ ଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । କାର୍‌ଟି କଟକ ଅଭମୁଖେ ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୁଟେରାଙ୍କ କୌଣସି ବି ଟେର୍‌ ପାଇପାରି ନାହିଁ ପୋଲିସ । ସେପଟେ ଘଟଣାର ତଦନ୍ତ ଜାରି ରହିଥିବା ଗତକାଲି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ । ଗତ ଶୁକ୍ରବାର ଅପରାହ୍ନରେ ସହିଦନଗରରୁ ନିଆଳି ଶାଖାକୁ ଯାଉଥିବା ଇଣ୍ଡିଆନ ବ୍ୟାଙ୍କର ଏକ ଗାଡ଼ିରୁ ୫ରୁ ୬ଜଣ ଦୁର୍ବୃତ୍ତ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ଗାଡିରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.