ବାଣରୁ ବିସ୍ଫୋରଣ; ଖସି ପଡିଲା ଘରର ଛାତ, ଜଣେ ଗୁରୁତର

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣ ସାହି ଗାଁରେ ଅଗ୍ନିକାଣ୍ଡରେ ଜଣେ ଗୁରୁତର କଟକ ସ୍ଥାନାନ୍ତର। ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ କାନ୍ଥ ଓ ଛାତ ଗଳି ପଡିଥିଲା । ପୋଡି ହୋଇ ଗୁରୁତର ହୋଇଥିବା ବିଷ୍ଣୁ ମୋହନଙ୍କୁ ତୁରନ୍ତ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।

ତେବେ ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ଓ ବାଣ କାରିଗର। ଘରେ ବାଣ ରଖିଥିବା ଯୋଗୁଁ କୌଣସି କାରଣରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଆଉ କିଛି ଇନଭର୍ଟର ବ୍ୟାଟେରୀ କିମ୍ବା ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଛି ବୋଲି କୁହାକୁହି ହେଉଛନ୍ତି। ତେବେ ନିଆଁ ଲାଗିବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘରେ ଥିବା ବାଣ ଫୁଟିବାକୁ ଲାଗିଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ଚାନ୍ଦବାଲି ଆଇ.ଆଇ.ସି ଓ ତହସିଲଦାର ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।