ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବଡ଼ ଦୁର୍ଘଟଣା! ରେଳ ଟ୍ରାକ୍‌ ଉପରେ ଭୁଶୁଡ଼ି ପଡ଼ିଲା ଫୁଟ୍‌ଓଭର ବ୍ରିଜ୍‌ର ଏକ ଅଂଶ; ୨୦ ଆହତ

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ବଲାରଶାହ ରେଳ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜରେ ଉପସ୍ଥିତ ଥିବା ଲୋକେ ୬୦ ଫୁଟ୍‌ ଉଚ୍ଚରୁ ଟ୍ରାକ ଉପରକୁ ଗଳି ପଡ଼ିଥିଲେ।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ବଲାରଶାହ ରେଳ ଷ୍ଟେସନରେ କାଜିପେଟ ପୁଣେ ଏକ୍ସପ୍ରେସ୍‌ ଧରିବା ପାଇଁ ଅନେକ ଯାତ୍ରୀ ୧ ନମ୍ବର ପ୍ଲାଟଫର୍ମରୁ ୪ ନମ୍ବର ପ୍ଲାଟଫର୍ମକୁ ଯାଉଥିଲେ। ଏହି ସମୟରେ ହଠାତ୍ ବ୍ରିଜ୍‌ର ଏକ ଅଂଶ ଭୁଶୁଡି ପଡ଼ିଥିଲା। କହି ରଖୁଛୁ ଯେ ଏହି ଫୁଟ୍‌ ଓଭର ବ୍ରିଜର ଉଚ୍ଚତା ପାଖାପାଖି ୬୦ ଫୁଟ ଥିଲା ଏବଂ ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେହି ସମୟରେ ବ୍ରିଜରେ ପାଖାପାଖି ୮୦ ଲୋକ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.