ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଚାକିରି ଦେବାକୁ କହି ଠକେଇ, ୪ଜଣ ହାଇଟେକ୍ ଠକଙ୍କୁ ଗିରଫ କଲା ପୋଲିସ

ଚାକିରି ନାେଁରେ ଲୋକଙ୍କ ଠାରୁ ଟଙ୍କା ଠକୁଥିବା ଗ୍ୟାଙ୍ଗ ଗିରଫ। ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ଚାରିଜଣ ସଦସ୍ୟଙ୍କୁ ଗିରଫ କରିଛି ବଡମାଲ ପୋଲିସ। ଏମାନେ ବେଦାନ୍ତ କାରଖାନା ନିକଟରେ ଏକ ଭଡ଼ା ଘରେ ରହି ଲୋକଙ୍କୁ ଚାକିରି ଯୋଗାଇ ଦେବାକୁ ଫର୍ମ ବିକ୍ରି ଦେଉଥିଲେ। ଚାକିରି ପାଇଁ ଆଶାୟୀଙ୍କୁ ଏମାନେ ଟାର୍ଗେଟ କରି ଜାଲରେ ଫସାଇ ହଜାର ହଜାର ଟଙ୍କା ଲୁଟୁଥିଲେ। ଓଡ଼ିଶା, ଝାରଖଣ୍ଡ ଓ ଛତିଶଗଡ଼ର ପ୍ରାୟ ଶହେରୁ ଅଧିକ ଲୋକଙ୍କ ଠାରୁ ୫୦ ହଜାରରୁ ଅଧିକ ଟଙ୍କା ଠକି ନେଇଥିଲେ। ଠକେଇର ଶିକାର ବ୍ୟକ୍ତି ଅଭିଯୋଗ କରିବା ପରେ ସେଠାରେ ଚଢଉ କରିଥିଲା ପୋଲିସ। ସେମାନଙ୍କ ଠାରୁ ନଗଦ ୫୪ହଜାର ଟଙ୍କା ଗୋଟିଏ ସ୍ୱିଫ୍‌ଟ ଡିଜାୟର କାର, ୪ଟି ମୋବାଇଲ, ହାଇଟେକ ପିଆର କଂପାନୀର ବ୍ୟାନର ଓ ୮୦ଜଣ ଚାକିରି ଆଶାୟୀଙ୍କ ଆବେଦନ ଫର୍ମ ଜବତ କରାଯାଇଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.