ଦିନିଆ ବର୍ଷା ସହ କୁଆପଖର ମାଡ଼, ଯାତାୟତ ବାଧାପ୍ରାପ୍ତ

ବିନିକାରେ ଅଦିନିଆ ବର୍ଷା ସହ କୁଆପଖର ମାଡ଼ । ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଡଘଡି ବର୍ଷା ସହ କୁଆପଥର ମାଡ ହୋଇଛି ।

ବିନିକା (କେନ୍ୟୁଜ): ବିନିକାରେ ଅଦିନିଆ ବର୍ଷା ସହ କୁଆପଖର ମାଡ଼ । ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଡଘଡି ବର୍ଷା ସହ କୁଆପଥର ମାଡ ହୋଇଛି । ଦୁଇ ଘଣ୍ଟା ହେବ ପବନ ଘଡ଼ଘଡି ବିଜୁଳି ହେବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିନିକା ଅଞ୍ଚଳର କିଛି ସ୍ଥାନରେ କୁଆ ପଥର ମାଡ଼ ହୋଇଥିବା ଦେଖାଦେଇଛି । ଘଡଘଡି ବର୍ଷା ସହ କୁଆ ପଥର ମାଡ ହେବାରୁ ରାସ୍ତା ଘାଟରେ ଯାତାୟତ ବାଧାପ୍ରାପ୍ତ ହେଉଛି । ଦୁଇ ଘଣ୍ଟାରୁ ଅଧିକ ହେବ ବିନିକା ଅଞ୍ଚଳରେ ବର୍ଷା ଲାଗି ରହିଛି ।  ବର୍ଷା ପାଈଁ ଆଜି ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୋଳ ପୂର୍ଣ୍ଣିମା ଉତ୍ସବ ଉପରେ ବାଧା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.