ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର: ଚଳଚଞ୍ଚଳ ମା’ଙ୍କ ପୀଠ, ବ୍ରତଧାରୀଙ୍କ ପନ୍ଥେଇ ପୂଜା
ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।
କାକଟପୁର (କେନ୍ୟୁଜ): ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କ ନିକଟରେ ଯାହା ମନସ୍କାମନା କଲେ ତାହା ପୂରଣ ହୁଏ । ଆଉ ଏଥିପାଇଁ ଦୀର୍ଘ ବର୍ଷ ହେଲା ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କରିଥାଉ ବୋଲି କହିଛନ୍ତି ଭକ୍ତ ।
ପାରମ୍ପରିକ ପ୍ରଥାନୁସାରେ ସଧବା ମହିଳା ମାନେ ଚୈତ୍ର ମଙ୍ଗଳବାର ବ୍ରତ ରଖି ଗାଁ ଦାଣ୍ଡରେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ବିଧାନ ପାଇଁ ପନ୍ଥେଇ ପୂଜା କରିଛନ୍ତି । ଗାଁ ଦାଣ୍ଡ ରେ ପନ୍ଥେଇ ଖୋଳି ସକାଳୁରୁ ସ୍ନାନ କରି ଏହି ପୂଜା କରିଥାଆନ୍ତି । ପନ୍ଥେଇ ଦେହରେ ହଳଦୀ ପାଣି ଢ଼ାଳି ସିନ୍ଦୂର, କଜଳ ପିନ୍ଧାଇ, ଫୁଲ, ଆମ୍ବ କଷି ଦେଇ ପନ୍ଥେଇ ନିକଟରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ଲାଗି କରି ପୂଜା କରନ୍ତି। ପନ୍ଥେଇ ପୂଜା ପ୍ରକୃତରେ ମା ମଙ୍ଗଳାଙ୍କ ପୂଜା । ଅତୀତରେ ଚୈତ୍ର ମଙ୍ଗଳବାର ଦିନ ସମସ୍ତେ ମାଆ ମଙ୍ଗଳାଙ୍କ ନିକଟକୁ ଯାଇପାରୁନ ଥିଲେ। ଏଣୁ ମା ମଙ୍ଗଳାଙ୍କୁ ସୁମରି ଭାବେ ଗାଁ ଦାଣ୍ଡରେ ପନ୍ଥେଇ ଖୋଳି ମହିଳା ମାନେ ଚୈତ୍ର ମଙ୍ଗଳ ବାର ବ୍ରତ ରଖି ପୂଜା କରୁଥିଲେ। ଯାହା ଆଜି ବି ପାଳିତ ହୋଇଆସୁଛି। ଚୈତ୍ର ମାସର ପାଞ୍ଚ ମଙ୍ଗଳବାର ପନ୍ଥେଇ ପୂଜା ଅନୁଷ୍ଠିତ ହୋଇଥାଏ।