ଭିଜିଲାନ୍‌ସ ପଞ୍ଝାରେ ଭିଜିଲାନ୍‌ସ ସରକାରୀ ଓକିଲ, ଏକଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ଭବାନୀପାଟଣା(କେ ନ୍ୟୁଜ); ଭିଜିଲାନ୍‌ସ ପଞ୍ଝାରେ ଭିଜିଲାନ୍‌ସ ସରକାରୀ ଓକିଲ। ଏକଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଭବାନୀପାଟଣା ଭିଜିଲାନ୍‌ସ ସରକାରୀ ଓକିଲ ଆଶୁତୋଷ ମିଶ୍ର। ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ

ଭିଜିଲାନ୍‌ସ କେସ ଦଫାରଫା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍‌ସ ଟିମ୍‌ ହାତରେ ଧରା ପଡ଼ିଛନ୍ତି। ମାମଲା ଦଫାରଫା କରିବା ପାଇଁ ସେ ତିନିଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଛି। ଆଜି ତାଙ୍କ ବାସଭବନରେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ଚଢଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.