ଟୋକିଓ ଅଲିମ୍ପିକ୍ ଯିବେ ତାଜିନ୍ଦର, ସଟ୍ପୁଟ୍ରେ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ : ଭାରତୀୟ ସଟ୍ପୁଟ୍ ଫିଙ୍ଗାଳି ତାଜିନ୍ଦର ପାଲ ସିଂହ ତୁର ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପଞ୍ଜାବର ପାତିଆଲା ଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି-୪ରେ ତାଜିନ୍ଦର ୨୧.୪୯ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ଟୋକିଓ ଅଲିମ୍ପିକ୍କୁ ଟିକେଟ୍ କାଟିଛନ୍ତି । ଅଲିମ୍ପିକ୍ ଯୋଗ୍ୟତା ପାଇଁ ନିର୍ଦ୍ଧାରିତ ଦୂରତା ହେଉଛି ୨୧.୧୦ ମିଟର ।
ତେବେ ଅଲିମ୍ପିକ ଯୋଗ୍ୟତା ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା ତାଜିନ୍ଦରଙ୍କୁ । ଅନେକ ଦିନ ଡିପ୍ରେସନ୍ରେ ରହିଲେ । ତା ସହିତ ତାଙ୍କ କଚଟିରେ ମଧ୍ୟ ଆଘାତ ଲାଗିଥିଲା । ଏସବୁକୁ ଅତିକ୍ରମ କରି ସଫଳ ହୋଇଛନ୍ତି ତାଜିନ୍ଦର । ଏହା ସହିତ ଦୃଢ଼ ଆଶା ରଖିଛନ୍ତି କି ଅଲିମ୍ପିକରୁ ନିଶ୍ଚୟ ପଦକ ଆଣିବେ । କାରଣ ତାଙ୍କର ବିଶ୍ୱାସ ସେ ୨୨ ମିଟର ଦୂରକୁ ସଟ୍ପୁଟ ଫିଙ୍ଗି ପାରିବାର କ୍ଷମତା ରଖିଛନ୍ତି ।