ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟ: ୩ ପରିବାର ଉପରେ ଆକ୍ରମଣ, ନ୍ୟାୟ ନ ମିଳିବାରୁ ଶେଷରେ ଛାଡିଲେ ଗାଁ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟ। ଗାଁର ତିନି ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ । ଥାନାରୁ ନ୍ୟାୟ ନ ମିଳିବାରୁ ଶେଷରେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ବୌଦ୍ଧ ଜିଲ୍ଲା କଲତାପାଲି ଗାଁର ସିଂ ପରିବାର। ଏବେ ଅନ୍ୟ ଏକ ଗାଁ ରୁଗୁଡ଼ିପାଲିର ଏକ ଗଛତଳେ ସେମାନେ ଆଶ୍ରୟ ନେଇଛନ୍ତି ।

ବୌଦ୍ଧ (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟ। ଗାଁର ତିନି ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ । ଥାନାରୁ ନ୍ୟାୟ ନ ମିଳିବାରୁ ଶେଷରେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ବୌଦ୍ଧ ଜିଲ୍ଲା କଲତାପାଲି ଗାଁର ସିଂ ପରିବାର। ଏବେ ଅନ୍ୟ ଏକ ଗାଁ ରୁଗୁଡ଼ିପାଲିର ଏକ ଗଛତଳେ ସେମାନେ ଆଶ୍ରୟ ନେଇଛନ୍ତି ।

ଅଭିଯୋଗ ଅନୁଯାୟୀ, କଲତାପାଲିରେ ଗତ ମଙ୍ଗଳବାର ଦିନ ଗାଁ ଲୋକଙ୍କ ଆକ୍ରମଣରେ ସିଂ ପରିବାରର କିଛି ସଦସ୍ୟ ଆହତ ହୋଇଥିଲେ । ଗ୍ରାମବାସୀ ପୁଣି ରାତିରେ ସେମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ମନମୁଣ୍ଡା ଥାନାକୁ ଅଭିଯୋଗ ପାଇଁ ଆସି ଫେରିବା ବେଳକୁ ଗ୍ରାମବାସୀ ସିଂ ପରିବାରର ଘରେ ପଶି ଆସବାପତ୍ର ଭଙ୍ଗାରୁଜା କରିଥିଲେ । ପୋଲିସ ପାଖରୁ ନ୍ୟାୟ ନପାଇ ସିଂ ପରିବାର ଅନ୍ୟ ଏକ ଗାଁର ଗଛତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି । ସେପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି ବୌଦ୍ଧ ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.