Below header

ସୁସ୍ଥ ହେଉଛନ୍ତି ଶ୍ରୀବିଗ୍ରହ: ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଓଷ

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅନବସର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷ ଲାଗି କରାଯିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ । ଏହା ଆସନ୍ତା ୩ ଦିନ ଧରି ଚାଲିବ।

ପୁରୀ (କେନ୍ୟୁଜ): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅନବସର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷ ଲାଗି କରାଯିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ । ଏହା ଆସନ୍ତା ୩ ଦିନ ଧରି ଚାଲିବ।

ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଦାବିଗ୍ରହଙ୍କ ଅଣସର ଘରେ ଚାଲିଛି ଗୁପ୍ତନୀତି । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଯାଉଛି । ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓଲାଗି, ଶ୍ରୀଅଙ୍ଗ ଫିଟା ପରେ ଗତକାଲି ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗା ଯାଇଥିବା ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ଏହାପରେ ମହାପ୍ରଭୁ ଜ୍ଵରରୁ ସାମାନ୍ୟ ଉପଶମ ହୋଇଛନ୍ତି । ଆଜି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.