ସକାଳୁ ସକାଳୁ ଗୁଳୁଗୁଳି କରୁଛି ନାକେଦମ : ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମତ୍ରା ୩୦.୨ ଡିଗ୍ରି

ପୁଣି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ଅସହ୍ୟ ଜନଜୀବନ । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମତ୍ରା ୩୦.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ଆର୍ଦ୍ରତା ୯୬ ପ୍ରତିଶତ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ଅସହ୍ୟ ଜନଜୀବନ । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମତ୍ରା ୩୦.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ଆର୍ଦ୍ରତା ୯୬ ପ୍ରତିଶତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

ରାଜ୍ୟରେ ଆଗାମୀ ୫ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ୩ରୁ ୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିବ । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଯାହାକି ଚଳିତ ବର୍ଷର ରେକର୍ଡ ସର୍ବୋଚ୍ଚ ତାପମାତ୍ରା । ସେହିପରି ଗତକାଲି ସମ୍ବଲପୁରରେ ଦିନ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ ରହିଥିଲା । ୨୨ ସହରରେ ପାରଦ ଟପିଥିଲା ୪୦ ଡିଗ୍ରୀ ସେଲସିୟସ । ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକମାନେ କଲବଲ ହେଉଛନ୍ତି ।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.