Below header

ସମ୍ବଲପୁର : ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ କମିଟି କୁ ନେଇ ଚାଲିଛି ଘନ ଘନ ବୈଠକ

ସମ୍ବଲପୁରକୁ ଶାନ୍ତି ଫେରାଇ ଆଣିବା ପାଇଁ ଜୋରଦାର ଚାଲିଛି ପ୍ରୟାସ l ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି କୁ ନେଇ ଶାନ୍ତି କମିଟି ବୈଠକ ମାନ ଚାଲିଛି l ସମ୍ବଲପୁରକୁ ଧିରେ ଧିରେ ସ୍‌ୱାଭାବିକ ପରିସ୍ଥିତି ଫେରିବାରେ ଲାଗିଛି l ଏଥିପାଈଁ ଜ଼ିଲ୍ଲାପ୍ରଶାସନ ଠୁ ଆରମ୍ଭ କରି ସମସ୍ତେ ପ୍ରାୟସରେ ଦିନ ରାତି ଲାଗିଛନ୍ତି l ଆଜି ମଧ୍ୟ ଜ଼ିଲ୍ଲାପାଳ କିଛି ସ୍ଥାନରେ ସମ୍ବଲପୁର ର ସବୁ ବର୍ଗର ଲୋକଙ୍କ ସହ ବୈଠକ କରିଥିଲେ l

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁରକୁ ଶାନ୍ତି ଫେରାଇ ଆଣିବା ପାଇଁ ଜୋରଦାର ଚାଲିଛି ପ୍ରୟାସ l ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି କୁ ନେଇ ଶାନ୍ତି କମିଟି ବୈଠକ ମାନ ଚାଲିଛି l
ସମ୍ବଲପୁରକୁ ଧିରେ ଧିରେ ସ୍‌ୱାଭାବିକ ପରିସ୍ଥିତି ଫେରିବାରେ ଲାଗିଛି l ଏଥିପାଈଁ ଜ଼ିଲ୍ଲାପ୍ରଶାସନ ଠୁ ଆରମ୍ଭ କରି ସମସ୍ତେ ପ୍ରାୟସରେ ଦିନ ରାତି ଲାଗିଛନ୍ତି l ଆଜି ମଧ୍ୟ ଜ଼ିଲ୍ଲାପାଳ କିଛି ସ୍ଥାନରେ ସମ୍ବଲପୁର ର ସବୁ ବର୍ଗର ଲୋକଙ୍କ ସହ ବୈଠକ କରିଥିଲେ l

ସମସ୍ତଙ୍କ ଠାରୁ ଅନେକ ତଥ୍ଯ ସଂଗ୍ରହ କରିବା ସହ ସହରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ l ସେହିପରି ବିଭିନ୍ନ ବ୍ଯବସାୟିକ ଅନୁଷ୍ଠାନ ମାନେ ମଧ୍ୟ ଏକ ବୈଠକ କରିଥିଲେ l ବୈଠକରେ ଗତ 6 ଦିନ ହେଲାଣି ବ୍ଯବସାୟୀ ମାନେ ଯେଉଁ ଅସୁବିଧା ଭୋଗୁଛନ୍ତି କହିଥିଲେ l ଗଣ୍ଡଗଳ ପରିସ୍ଥିତି ଯୋଗୁଁ ସମ୍ବଲପୁରକୁ କୌଣସି ପର୍ଯ୍ଯଟକ ଆଉ ଆସୁନାହାନ୍ତି ବୋଲି ଅଭିଯଗ କରିଛନ୍ତି l ସେହିପରି ଔଷଧ ଦୋକାନ ମଧ୍ୟ କରଫ୍ଯୁ ସମୟରେ ନଖୋଲିବା ପାଇଁ ପ୍ରଶାସନ କହିଛି l

ସେପଟେ ଆଜି ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କାର୍ଯ୍ଯକ୍ରମ ରହିଥିଲା l ସମ୍ବଲପୁର ଆସି ଏହି ପ୍ରତିନିଧି ଦଳ ଆରଡିସିଙ୍କ ସହ ସମ୍ବଲପୁର ର ସ୍ଥିତିକୁ ନେଇ ଆଲୋଚନା କରିବାର କାର୍ଯ୍ଯକ୍ରମ ସହ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ର କର୍ମକର୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଥିଲା l ହେଲେ ଏହି ଟିମ ସମ୍ବଲପୁର ଆସିବା ପୂର୍ବରୁ ସୁରେଶ ପୂଜାରୀଙ୍କୁ ତାଙ୍କ ଘରେ ପୋଲିସ ଅଟକାଇ ଥିଲା ସେହିପରି ସମ୍ବଲପୁର ସିମାରେ ଥିବା ଠେଲାକୋଲୋଇ ଥାନାରେ ସମସ୍ତ ବିଜେପି ପ୍ରତିନିଧି ମାନଙ୍କୁ ଥାନାରେ ଅଟକ ରଖାଯାଇଛି l

ସହରକୁ ବିଜେପି ପ୍ରତିନିଧି ଦଳ ଆସିଲେ ହୁଏତ ସହରରେ ପୁଣି ଅଶାନ୍ତି ହୋଇପାରେ ତାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ପୋଲିସ କହିଛି l ବିଜେପିର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ତିନି ଜଣ ସାଂସଦ, ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ସହ 3 ବିଧାୟକ ମଧ୍ୟ ଗିରଫ ହୋଇଛନ୍ତି l

ଗୋଟିଏ ପଟେ ସହରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରଶାସନ ପକ୍ଷରୁ ଅହରହ ଚେଷ୍ଟା ଚାଲିଥିବା ବେଳେ ବିଜେପି ନେତାଙ୍କୁ ଥାନାରେ ଅଟକ ରଖିବା ଏବେ ପୁଣି ଘଟଣାକୁ ସମ୍ବେଦନଶୀଳ କରିପକାଇଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.