ସାମାନ୍ୟ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ, ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ୱାମୀ

ଶିଶୁର ମୃତ୍ୟୁ ପରେ ମା’ ର ଚିକିତ୍ସା ଲଗାତାର ଭାବେ ଚାଲିଥିଲା କିନ୍ତୁ ଚିକିତ୍ସାରତ ଥିବା ସମୟରେ ହିଁ ରାଉଣ୍ଡ ରେ ଥିବା ଜଣେ ଡାକ୍ତର ମହିଳାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର ମାତ୍ର ୫ ମିନିଟ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ।

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନ । ନୀରିହ ସାଧାରଣ ଲୋକମାନେ ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ଦୂର ଦୂରାନ୍ତରରୁ ଆସି ହସ୍ପିଟାଲରେ ପହଞ୍ଚିଥାନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ, ଡାକ୍ତର ହିଁ ସେମାନଙ୍କ ବଡ଼ ବଡ଼ ରୋଗ କୁ ଭଲ କରିପାରିବେ । କିନ୍ତୁ ଯଦି ଡାକ୍ତରମାନେ ନିଜ କାର୍ଯ୍ୟରେ ଅବହେଳା କରିବେ ତେବେ ରୋଗୀମାନେ କାହା ଉପରେ ବା ଭରଷା କରିବେ । ତେବେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ଜୀବନ ଯାଇଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ।

ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଶିହିନି ଗାଁ ରୁ ସାମ୍ନାକୁ ଆସିଛି । ଶିହିନି ଗାଁ ର ବିମଲ ଛତରଙ୍କ ସ୍ତ୍ରୀ ବିନୋଦିନି ଛତର ଗର୍ଭବତୀ ଥିବା ବେଳେ ଗତ ୨ ତାରିଖ ଦିନ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତିଥିଲେ । ପରେ ୩ ତାରିଖ ଦିନ ଗର୍ଭବତୀ ମହିଳା ଜଣଙ୍କ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁର ମୃତ୍ୟୁ ପରେ ମା’ ର ଚିକିତ୍ସା ଲଗାତାର ଭାବେ ଚାଲିଥିଲା କିନ୍ତୁ ଚିକିତ୍ସାରତ ଥିବା ସମୟରେ ହିଁ ରାଉଣ୍ଡ ରେ ଥିବା ଜଣେ ଡାକ୍ତର ମହିଳାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର ମାତ୍ର ୫ ମିନିଟ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ।
ଏଭଳି ଘଟଣା ଘଟିବା ପରେ ମୃତ ରୋଗୀର ପରିବାର ପକ୍ଷରୁ ହସ୍ପିଟାଲରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଲରେ ଟିଟିଲାଗଡ ଏସଡିପିଓ ଓ ପୋଲିସ ଆସି ପହଞ୍ଚିବା ସହ ମୃତ ମହିଳାର ପରିବାରକୁ ବୁଝା ସୁଝା କରିଥିଲେ । ଏହା ସହ ଉପସ୍ଥିତ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ରେଡ କ୍ରସ ଫାଣ୍ଡିରୁ ୧୦,୦୦୦ ଓ ହରିଶ୍ଚନ୍ଦ୍ର ଯୋଜନା ରୁ ୩୦୦୦ ଟଙ୍କା ଦେବା ସହ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗର ଏମିତି ଅବହେଳା ପାଇଁ ଅନେକ ସମୟରେ ରୋଗୀଙ୍କ ଜୀବନ ଯାଉଛି । ଯାହାକୁ ନେଇ ସାଧାରଣ ଲୋକେ ଭୟଭୀତ ଅଛନ୍ତି । ସାଧାରଣ ଲୋକେ ଡାକ୍ତରଙ୍କ ଉପରେ ଭରଷା କରି ହସ୍ପିଟାଲ ଯାଉଛନ୍ତି । କିନ୍ତୁ ଏଭଳି ମାମଲା ଶୁଣିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.