ଫିକା ପଡିପାରେ ପାର୍ବଣର ପସରା: ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ !

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଉପକୂଳ ଆଡକୁ ଗତି କରିବ ।

ଭୁବନେଶ୍ୱର (କେନ୍ୟୁଜ): ଏପଟେ ଲଘୁଚାପ, ସେପଟେ ଅବପାତ। ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଉପକୂଳ ଆଡକୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିର ସମ୍ଭାବନା ରହିଛି । ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ।

ସେପଟେ ଦକ୍ଷିଣପୂର୍ବ ଆରବସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଘନୀଭୂତ ହୋଇ ୩୬ ଘଣ୍ଟା ଭିତରେ ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ୨୧ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଆସନ୍ତା ସପ୍ତାହରେ ସାଇକ୍ଲୋନର ରୂପ ନେଇପାରେ । ବାତ୍ୟାରେ ପରିଣତ ହେଲେ ଏହାର ନାଁ ‘ତେଜ୍ ‘ ରହିବ । ଏଥିଯୋଗୁ ଭାରତ ପ୍ରତି ବିପଦ ନଥିବା କୁହାଯାଉଛି । ଏହା ୟେମେନ ଓ ଓମାନ ଆଡ଼କୁ ମୁହାଁଇବ । ଏହାର ସମ୍ଭାବ୍ୟ ପ୍ରଭାବ, ତୀବ୍ରତା ଓ ଗତିପଥ ନେଇ IMD ବର୍ତ୍ତମାନ କିଛି ଆକଳନ କରିନାହିଁ। ଏକାଧିକ ମଡେଲ ଆକଳନ ଅନୁସାରେ ଏଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ। ଆଜି ଓ କାଲି କାଁ ବାଁ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଜିଲ୍ଲାରେ କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.