ବାଲେଶ୍ବରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ ଜଣେ ଗୁରୁତର

ବାଲେଶ୍ୱର :  ଚାନ୍ଦିପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଚାନ୍ଦିପୁର ଯିବା ରାସ୍ତା ଗଛମାଳିଆ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି ।  ଉଭୟ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ  ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ଘଟିଛି ।

ସ୍କୁଟି ଚାଳକ ସଦାନନ୍ଦ ଦାସ ଗୁରୁତର ହୋଇପଡିଥିବା ବେଳେ ପଛରେ ବସିଥିବା ଭକ୍ତବନ୍ଧୁ ସିଂଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଉଭୟଙ୍କ ଘର ରେଲୱେ କଲୋନୀରେ ବୋଲି ଜଣାପଡିଛି। ଅନ୍ୟ ବାଇକରେ ଥିବା  2 ଜଣ ମୃତକ ହେଲେ ରାଜ ବରହମପୁର ଥାନା ଅନ୍ତର୍ଗତ ଅଶାଣବଣୀ ଗାଁର ପପୁ ସିଂ ଓ ବୃନ୍ଦାବନ ସିଂ ବୋଲି ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.