ବାଂଲାଦେଶ-ମିଆଁମାର ମୁହାଁ ବାତ୍ୟା: ୧୪ରେ କରିବ ଲାଣ୍ଡଫଲ୍, ଆକଳନ କରୁଛି ପାଣିପାଗ ସଂସ୍ଥା
ସାଇକ୍ଲୋନ୍ ବାଂଲାଦେଶ ଓ ମିଆଁମାର ଉପକୂଳରେ ହିଟ୍ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍ ବାତ୍ୟା ୧୪ ତାରିଖରେ ଲାଣ୍ଡଫଲ୍ କରିବା ନେଇ ଆକଳନ କରିଛି । ୟୁରୋପିଆନ୍ ECMWF ମଡେଲ୍ ଦର୍ଶାଉଛି ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ ।

(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ସାଇକ୍ଲୋନ୍ ବାଂଲାଦେଶ ଓ ମିଆଁମାର ଉପକୂଳରେ ହିଟ୍ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍ ବାତ୍ୟା ୧୪ ତାରିଖରେ ଲାଣ୍ଡଫଲ୍ କରିବା ନେଇ ଆକଳନ କରିଛି । ୟୁରୋପିଆନ୍ ECMWF ମଡେଲ୍ ଦର୍ଶାଉଛି ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ । ସେହିପରି ଆମେରିକାନ୍ GFS ମଡେଲ୍ ଦର୍ଶାଉଛି ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳରେ ହିଟ୍ କରିପାରେ ।
ସେପଟେ ଆସନ୍ତାକାଲି ବାତ୍ୟାର ରୂପ ନେବ ଡିପ୍ରେସନ୍ । ଏହାର ନାଁ ରହିବ ମୋଚା । ୧୧ତାରିଖ ଯାଏ ସାମୁଦ୍ରିକ ବାତ୍ୟା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ସାଇକ୍ଲୋନ୍ । ୧୨ ତାରିଖ ସକାଳ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ଅବସ୍ଥିତି ରହିବ । ସେତେବେଳେ ତୀବ୍ର ଘନୀଭୂତ ହେବା ସହ ଅଧିକ ଶକ୍ତିଶାଳୀ ହେବ ମୋଖା । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।