ଆଠଗଡ଼ ଶିବ ମନ୍ଦିରରୁ ତିନି ଫୁଟର ନାଗ ସାପ ଉଦ୍ଧାର, ସନ୍ଧ୍ୟାରୁ ରାତି ଅଧ ଯାଏ ଫଣା ଟେକି ରହିଲା

ଆଠଗଡ଼ (କେନ୍ୟୁଜ): ଗତକାଲି ସନ୍ଧ୍ୟାରେ ସମସରପୁର ପଞ୍ଚାୟତ ନଡୁଆପଡ଼ା ଶଙ୍କର୍ଷଣ ମନ୍ଦିର ରୋଷେଇ ଘରେ ଏକ ତିନି ଫୁଟର ନାଗସାପ ବାହାରିଛି । ଏହି ସାପଟି ସନ୍ଧ୍ୟାରୁ ପାଖାପଖି ରାତ୍ର ୧ଟା ପର୍ଯ୍ୟନ୍ତ ଫଣା ଟେକି ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ସ୍ଥାନୀୟ ଲୋକମାନେ ସାପଟିକୁ ଘଉଡ଼ାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସାପଟି ଯାଇନଥିଲା । ସେମିତି ଫଣା ଟେକି ରହିଥିଲା ଯାହାକୁ ନେଇ ଆଲୋଚନାର ବିଷୟ ହୋଇଥିଲା । ମନ୍ଦିର ପରିସରରେ କିଛି ଅନୀତି ହୋଇଛି ଓ ସେଥିପାଇଁ ପ୍ରଭୁ ଅସନ୍ତୁଷ୍ଟ ଥିବାରୁ ତାଙ୍କ ଗଳାର ମାଳ ନାଗ ସାପ ଏଭଳି ଫଣା ଟେକି ରହିଛି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.