ପ୍ରେମିକାକୁ ପାଇବାକୁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ, ପରେ ଘଟିଲା ହତ୍ୟାକାଣ୍ଡ

୬ ଜଣ ଅଭିଯୁକ୍ତଙ୍କୁ ଅଟକ ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରଖିଛି । ଗତ ୨୪ ତାରିଖରେ ଅଇଁଲାଚୁଆ ଗାଁର ରଜତ ପ୍ରଧାନ ନିଖୋଜ ହୋଇଥିଲେ । ପରେ ୨୫ ତାରିଖରେ ଖୁଜେନ ପାଲି ନିକଟ ରେଲ ଧାରଣାରୁ ରଜତର ମୃତଦେହ ମିଲିଥିଲା ।

ବଲାଙ୍ଗିର(କେନ୍ୟୁଜ୍):ଗୋଟିଏ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରେମିକା କାହାର ? ଏଥିପାଇଁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ । ବଲାଙ୍ଗିର ଜିଲ୍ଲା ଅଇଁଲା ଚୁଆ ଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରଥମରେ ଏହା ଏକ ଆତ୍ମହତ୍ୟା କୁହାଯାଉଥିଲେ ବି ବଲାଙ୍ଗିର ସଦର ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି । ୬ ଜଣ ଅଭିଯୁକ୍ତଙ୍କୁ ଅଟକ ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରଖିଛି । ଗତ ୨୪ ତାରିଖରେ ଅଇଁଲାଚୁଆ ଗାଁର ରଜତ ପ୍ରଧାନ ନିଖୋଜ ହୋଇଥିଲେ ।

ପରେ ୨୫ ତାରିଖରେ ଖୁଜେନ ପାଲି ନିକଟ ରେଲ ଧାରଣାରୁ ରଜତର ମୃତଦେହ ମିଲିଥିଲା । ଅଭିଯୁକ୍ତ ମାନେ ରଜତକୁ ହତ୍ୟାକରି ଏକ ଆତ୍ମହତ୍ୟାର ରୁପ ଦେବାକୁ ଏପରି କାଣ୍ଡ ଭିଆଇଥିଲେ । ଆଜି ଅଭିଯୁକ୍ତମାନଙ୍କୁ ନେଇ ଏକ ସିଲେଟ ପଡାର ପରିତ୍ୟକ୍ତ କୂଅରୁ ମୃତକର ମୋବାଇଲ, ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ଲୁହାରଡ ଏହା ସହିତ ଏକ ବାଇକକୁ ଜବତ କରାଯାଇଛି । ଆଜି ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେଇ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମାଠାରୁ ଗୋଟି ଗୋଟି କରି ତଥ୍ୟ ଖୋଜୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.