ଧନତେରସରେ ଶ୍ରୀମନ୍ଦିର ପରିସର ମା’ ଲକ୍ଷ୍ମୀଙ୍କ ମନ୍ଦିର ଭିତରୁ ଉଦ୍ଧାର ହେଲା ଧଳା ପେଚା, ବନ ବିଭାଗକୁ ହସ୍ତାନ୍ତର

ପୁରୀ (କେନ୍ୟୁଜ): ଆଜି ପବିତ୍ର ଧନତେରାସ। ଶ୍ରୀକ୍ଷେତ୍ରରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ। ଆଜି ଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସରସ୍ଥିତ ମା ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି।ଜଣେ ସେବାୟତ ମଧୁସୂଦନ ସିଂହାରୀ ଏହି ଧଳା ପେଚାକୁ ଉଦ୍ଧାର କରି ଏକ ବ୍ୟାଗ୍ ଯୋଗେ ଶ୍ରୀମନ୍ଦିର ବାହାରକୁ ଆଣି ପରେ ଜଙ୍ଗଲ ବିଭାଗର ହସ୍ତାନ୍ତର କରିଛନ୍ତି। ଏହି ଧଳା ପେଚା ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ କୌତୁହଳ ପ୍ରକାଶ ପାଇଥିଲା। ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚାଟି ଉଦ୍ଧାର ହୋଇଥିବାରୁ ଏହି ଘଟଣାକୁ ନେଇ ଭକ୍ତି ଭାବନା ଦ୍ଵିଗୁଣିତ ହୋଇଛି।