ଯାଜପୁର:ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ଦୁବେଇ ଗଣ୍ଡରେ ବୁଡି ଯୁବକ ମୃତ

ଯାଜପୁର ରୋଡ(କେ ନ୍ୟୁଜ): ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ।  ଦୁବେଇ ଗଣ୍ଡରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକର ମୃତ। ଯୁବକ ଜଣଙ୍କ ନାମ ଦେବାଶିଷ ଜେନା ଓ ସେ ମାମୁଁ ଘରେ ପିଲାଦିନୁ ରହୁଥିଲେ। ଦେବାଶିଷଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗ୍ରାମରେ ହୋଇଥିବାବେଳେ ସେ ପିଲାଦିନୁ ପହଙ୍ଗା ସ୍ଥିତ ଅମିତ୍ମା ମଲିକଙ୍କ ଘରେ ରହି ବ୍ୟାସନଗର କଲେଜରେ ପାଠ ପଢୁଥିଲେ। ଗ୍ରାମର ଯୁବକ ମାନଙ୍କ ସହ  ଆଜି ଅପରାହ୍ନରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ଯାଇଥିଲେ।  ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷଙ୍କୁ ଖୋଜି ନପାଇବାରୁ ଦମକଳ ବାହିନୀକୁ  ଖବର ଦିଆଯାଇଥିଲା । ଦମକଳବାହିନୀ ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଦେବାଶିଷଙ୍କୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.