ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ପାରାପୋଖରୀ ରାଇସ ମିଲ ନିକଟରେ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଟ୍ରକ ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପାରାପୋଖରୀ ଗ୍ରାମର ବାପି ମାହୁନ୍ତ ବୋଲି ।

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ପାରାପୋଖରୀ ରାଇସ ମିଲ ନିକଟରେ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଟ୍ରକ ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପାରାପୋଖରୀ ଗ୍ରାମର ବାପି ମାହୁନ୍ତ ବୋଲି । ଘଟଣାସ୍ଥଳରେ ଗ୍ରାମବାସୀ ଓ ପରିବାର ଲୋକେ ଟାୟାର ଜାଳି ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ଆଜି ଭୋର ସମୟରେ ବାପି ଶୌଚ ହୋଇ ରାସ୍ତାକୁ ଉଠୁଥିବା ସମୟରେ ଟ୍ରକଟି ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଡି ଯାଇଥିଲା। ଫଳରେ ଵାପିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଘଟଣା ସ୍ଥଳରେଉତ୍ତେଜନା ଲାଗି ରହିଥିବାରୁ କସିଆ ପୋଲିସ ପହଞ୍ଚି ତଦନ୍ତ କରୁଛି । ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବା ସହିତ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲେ ସ୍ଥାନୀୟ ବାସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.