ବେଙ୍ଗାଳୁରୁରେ ଜଳ ସଙ୍କଟ ଗମ୍ଭୀର: କୋଚିଂ ଏବଂ ସ୍କୁଲ ବନ୍ଦ, ପିଲାମାନଙ୍କୁ ଅନ୍ ଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ

ଭାରତର ଆଇଟି ହବ୍ ବେଙ୍ଗାଳୁରୁରେ ଜଳ ସଙ୍କଟ ଗମ୍ଭୀର । କୋଚିଂ କ୍ଲାସ ଏବଂ ସ୍କୁଲ ବନ୍ଦ । ପିଲାମାନଙ୍କୁ ଅନ୍ ଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ । କାର ଧୋଇବା, ବଗିଚା, ନିର୍ମାଣ, ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଆଦି ପାଇଁ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।

ବେଙ୍ଗାଳୁରୁ (କେନ୍ୟୁଜ): ଭାରତର ଆଇଟି ହବ୍ ବେଙ୍ଗାଳୁରୁରେ ଜଳ ସଙ୍କଟ ଗମ୍ଭୀର । କୋଚିଂ କ୍ଲାସ ଏବଂ ସ୍କୁଲ ବନ୍ଦ। ପିଲାମାନଙ୍କୁ ଅନ୍ ଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ। ଏପରିକି ଆପଣ କାର୍ ସଫା କଲେ ଗଣିବାକୁ ପଡ଼ିବ ୫ ହଜାର ଟଙ୍କା ଫାଇନ୍। କର୍ଣ୍ଣାଟକରେ ଜଳ ସଙ୍କଟ ଉଗ୍ର ରୂପ ନେଇଥିବା ବେଳେ ସରକାରୀ ବିଭାଗକୁ ଜଳ ସଂରକ୍ଷଣ ପାଇଁ କଡା ପଦକ୍ଷେପ ନେବାକୁ କହିଛି, ରାଜ୍ୟ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ। କାର ଧୋଇବା, ବଗିଚା, ନିର୍ମାଣ, ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଆଦି ପାଇଁ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ପ୍ରତିଦିନ ୨୦ କୋଟି ଲିଟର ଜଳ ଅଭାବର ସମ୍ମୁଖୀନ ହେଉଛି ବେଙ୍ଗାଳୁରୁ ସହର। ଗ୍ରୀଷ୍ମ ଆସିବା ପୂର୍ବରୁ ସହରରେ ଜଳ ସଙ୍କଟ ଆହୁରି ଚିନ୍ତା ବଢ଼ାଇଛି।

କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଏଠାରେ ଥିବା କୋଚିଂ ସେଣ୍ଟର ଏବଂ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ଘରେ ରହି ଅନ୍ ଲାଇନ୍ କ୍ଲାସ କରିବାକୁ କହୁଛନ୍ତି। ଏହି ଜଳ ସଙ୍କଟ ଏତେ ବଡ଼ ଯେ, ଗୋଟିଏପଟେ ଏହା ବେଙ୍ଗାଳୁରୁ ସହରର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଉଛି ଏବଂ ଅନ୍ୟପଟେ ଲୋକସଭା ନିର୍ବାଚନ ଆଡକୁ ଯାଉଥିବା ରାଜନୈତିକ ଦଳର ଚିନ୍ତା ବଢ଼ାଇଛି। ପ୍ରାୟ ଦେଢ଼ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହର ପାଇଁ ୯୫ କିଲୋମିଟର ଦୂର କାବେରୀ ନଦୀରୁ ୧୪୫ କୋଟି ଲିଟର ଜଳ ଅଣାଯାଇଥାଏ। ସମୁଦ୍ର ପତ୍ତନଠାରୁ ପ୍ରାୟ ୩ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି ସହରକୁ ଆବଶ୍ୟକ ଅବଶିଷ୍ଟ ୬୦ କୋଟି ଲିଟର ଜଳ ବୋରୱେଲ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.