କିସ୍‌ ବିଶ୍ୱବିଦ୍ୟାଳୟ ସମେତ ୩୧ଟି ଅନୁଷ୍ଠାନକୁ ଆମ ଭୁବନେଶ୍ୱର ଗୌରବ ସମ୍ମାନ-୨୦୧୯

ଭୁବନେଶ୍ବର(କେନ୍ୟୁଜ୍) : କିସ୍‌ ବିଶ୍ୱବିଦ୍ୟାଳୟ ସମେତ ୩୧ଟି ଅନୁଷ୍ଠାନକୁ ପ୍ରଦାନ କରାଯାଇଛି ଆମ ଭୁବନେଶ୍ୱର ଗୌରବ ସମ୍ମାନ-୨୦୧୯ । ଭୁବନେଶ୍ୱର ଆଇଡିଆଲ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରର ୩୧ଟି ସାଂସ୍କୃତିକ, ସାମାଜିକ ମହିଳା ସଂଗଠନ ଓ ବିିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଷ୍ଠାନ ଗୁଡ଼ିକୁ ଆମ ଭୁବନେଶ୍ୱର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧକ୍ଷ୍ୟ ଅରୂପ ମୋହନ ପଟ୍ଟନାୟକ ଓ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱରକୁ ମନ୍ଦିର ମାଳିନୀ ନଗରୀ ତଥା ସାଂସ୍କୃତି ଓ ଐତିହ୍ୟ ଖ୍ୟାତି ସମ୍ପନ୍ନ କରାଇବାରେ ୩୧ଟି ସଂଗଠନ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି। କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.