ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ୍, ଜଣେ ମୃତ; ୫ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ ): ସିନ୍ଧେକେଲା ଥାନା ବୁଢ଼ିବାହାଲ ଗାଁ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଗାଡି ଚାଲାଣ ଭାରସାମ୍ୟ ହରାଇ ଥିବା ଯୋଗୁ ପିକଅପ ଗାଡି ଓଲଟି ପଡିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ସିନ୍ଧେକେଲା ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ ସିଲେଟପଡା ଗାଁକୁ ପିନ୍ଧାଣି କାର୍ଯ୍ୟରେ ଯୋଗ ଦେଇ ପିକ୍‌ ଅପ୍‌ ଗାଡ଼ିରେ ବୁଢ଼ିପଦାର ଗାଁ ଦେଇ ଫେରୁଥିଲେ କିଛି ଲୋକ । ତେବେ ଗାଁର ବୁଲାଣିରେ ଡ୍ରାଇଭର ହରାଇ ବସିଥିଲେ ନିୟନ୍ତ୍ରଣ । ଭାରସାମ୍ୟ ହରାଇବାରୁ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ୬ ଗୁରୁତର ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ଗୁରୁତର ଗମ୍ଭୀର ଚଣ୍ଡୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.