ବଡ଼ମ୍ବା ନାବାଳିକା ଦୁଷ୍କର୍ମ ଘଟଣା: ପକସୋ କୋର୍ଟରେ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ବଡ଼ମ୍ବା ନାବାଳିକା ଦୁଷ୍କର୍ମ ଘଟଣା। କଟକ ପକସୋ କୋର୍ଟରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ। ଦୋଷୀ ଆଲୋକ ଦେହୁରୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ କୋର୍ଟ। ୧୪ ବର୍ଷର କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ। ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପକସୋ କୋର୍ଟ। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ। ୨୦୧୬ ମସିହା ଫେବୃଆରୀ ୧୨ ହୋଇଥିଲା ଏହି ଦୁଷ୍କର୍ମ ଘଟଣା।

୭ ଟି ତଥ୍ୟପ୍ରମାଣ ଓ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ପକସୋ କୋର୍ଟ। ସରସ୍ୱତୀ ପୂଜା ଦିନ ଘଟିଥିଲା ଦଶମ ଶ୍ରେଣୀ ପିଡିତାର ଅପହରଣ ଘଟଣା। ଚୌଦ୍ୱାର ନେଇ ଆସି ବାଣୀପଦାରେ ଆଠ ଦିନ ରଖି ଦୁଷ୍କର୍ମ କରିଥିଲା ଦୋଷୀ ଜଣକ। ଏବେ ଏହି ଘଟଣାରେ  କଟକ ସ୍ୱତନ୍ତ୍ର ପକସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି।