ଆଜି ବରଗଡ଼ ସହ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରିବେ ନବୀନ, ୧୮ କିଲୋମିଟର ଲମ୍ବର ଦୀର୍ଘ ରୋଡ ସୋରେ ସାମିଲ ହେବେ

ପ୍ରଥମେ ବରଗଡ଼ ଜିଲ୍ଲା ଆସି ସୋହେଲା ବ୍ଲକ ହଳଦୀପାଲି ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ବିଜୁ ଜୟନ୍ତୀରେ ବିଜୁ ଏକ୍ସପ୍ରେସ େଓ୍ଵର ଲୋକାର୍ପଣ କରିବେ । ଏହାସହ ଜିଲ୍ଲାରେ ୨୧୭ କୋଟି ଟଙ୍କାର ପ୍ରାୟ ୨୩୪ ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ନ୍ୟାସ କରିବେ ।

କେନ୍ୟୁଜ୍(ବ୍ୟୁରୋ): ବିଜୁ ଜୟନ୍ତୀରେ ଆଜି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାରାଥନ କାର୍ଯ୍ୟକ୍ରମରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ନ୍ୟାସ କରିବେ । ଆଜି ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରିବେ ନବୀନ । ୧୮ କିଲୋମିଟର ଲମ୍ବର ଦୀର୍ଘ ରୋଡ ସୋରେ ସାମିଲ ହେବେ । ପ୍ରଥମେ ବରଗଡ଼ ଜିଲ୍ଲା ଆସି ସୋହେଲା ବ୍ଲକ ହଳଦୀପାଲି ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ବିଜୁ ଜୟନ୍ତୀରେ ବିଜୁ ଏକ୍ସପ୍ରେସ େଓ୍ଵର ଲୋକାର୍ପଣ କରିବେ ।

ଏହାସହ ଜିଲ୍ଲାରେ ୨୧୭ କୋଟି ଟଙ୍କାର ପ୍ରାୟ ୨୩୪ ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ନ୍ୟାସ କରିବେ । ଏହା ପରେ ପେଟୁ ପାଲି ଭାଟେନ ଡୁଙ୍ଗୁରୀଠାରେ ସହିଦ କୁଞ୍ଜେଳ ସିଂ ଶିଶୁ ଉଦ୍ୟାନ ଓ ଛୁରୀଆପାଲିରେ ନିର୍ମିତ ରାସ୍ତା କଡ଼ ଯାଯାବର ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ହଳଦୀପାଲି ପଡିଆଠାରୁ ବୀରମାଟି ଘେଁସ ଯାଏ ୧୮ କିଲୋମିଟର ରୋଡ ସୋ’ ରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବରଗଡ଼ ପରେ ନୂଆପଡ଼ା ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ । ବିଜୁ ଏକ୍ସପ୍ରେସ ୱେ ରାସ୍ତା ସମେତ ୫ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । କୋମନା ବ୍ଲକ ସିଲେଟପାଣି ଗାଁଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ନୂଆପଡା ସଦର ବ୍ଲକ ସାହିପଲାଠାରୁ ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିଲୋମିଟର ବିଜୁ ଏକ୍ସପ୍ରେସ ରାସ୍ତାର ଶୁଭ ଉଦଘାଟନ କରିବେ । ଖଡିଆଳ, ନୂଆପଡା ଓ ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ମାଣ ହୋଇଥିବା ଇଣ୍ଡୋର ଷ୍ଟାଡିଅମର ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 ବରଗଡ଼ ଓ ନୂଆପଡ଼ା ପରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ସୀମାନ୍ତ ଆମପାଣିଠାରୁ ଧର୍ମଗଡ ଯାଏ ୭୧ କିଲୋମିଟର ରାସ୍ତାର ଲୋକାର୍ପଣ କରିବେ । ଏହି ରାସ୍ତା ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାପରେ ଦୀର୍ଘ ୬୦ କିଲୋମିଟର ରାସ୍ତା ବସରେ ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ । ପରେ ଧର୍ମଗଡ ସରକାରୀ ବସ୍‌ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଇଣ୍ଡୋର୍‌ ଷ୍ଟାଡିୟମର ଲୋକାର୍ପଣ କରିବେ l ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲଠାରେ ଏକ ସାଧାରଣସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.