ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦରକାର ୩୫ ଲକ୍ଷ ଟଙ୍କା, ଆରୋଗ୍ୟ ପାଇଁ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ହାଇଦ୍ରାବାଦ ଯଶୋଦା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଧର୍ମେଶ କାପୁରଙ୍କ ତତ୍ତ୍ୱାବଧାନରେ ୪୭ ବର୍ଷ ବୟସ୍କ ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଛି । ପିଣ୍ଟୁ ନନ୍ଦଙ୍କର ଆକ୍ୟୁଟ କ୍ରୋନିକ ଲିଭର ଫେଲ୍ୟୁୟର ହୋଇଛି ।

 ଭୁବନେଶ୍ୱର(କେନ୍ୟୁଜ୍‌) :ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ହାଇଦ୍ରାବାଦ ଯଶୋଦା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଧର୍ମେଶ କାପୁରଙ୍କ ତତ୍ତ୍ୱାବଧାନରେ ୪୭ ବର୍ଷ ବୟସ୍କ ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଛି । ପିଣ୍ଟୁ ନନ୍ଦଙ୍କର ଆକ୍ୟୁଟ କ୍ରୋନିକ ଲିଭର ଫେଲ୍ୟୁୟର ହୋଇଛି ।

ତାଙ୍କର ଲିଭର ଟ୍ରାନ୍‌ସପ୍ଲାଣ୍ଟେସନ ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ଦରକାର । ଗୁରୁତର ଥିବା ପିଣ୍ଟୁ ନନ୍ଦ ଆରୋଗ୍ୟ ପାଇଁ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ନିକଟରେ ଅଧିକ ଚିକିତ୍ସା ପାଇଁ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.