ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ମାମଲା: ନ୍ୟୁୟର୍କ-ଦିଲ୍ଲୀ ବିମାନର ପାଇଲଟଙ୍କୁ ନିଲମ୍ବିତ କଲା DGCA
ନ୍ୟୁୟର୍କ-ଦିଲ୍ଲୀ ବିମାନର ଜଣେ ପାଇଲଟଙ୍କୁ ଡିଜିସିଏ ନିଲମ୍ବିତ କରିଛି, ଯେଉଁଥିରେ ଜଣେ ଯାତ୍ରୀ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଏହି ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବନ କରାଯାଇଛି।

ନଭେମ୍ବର ୨୬ରେ ନ୍ୟୁୟର୍କ-ଦିଲ୍ଲୀର ଯେଉଁ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ପରିସ୍ରା କରିଥିଲେ, ସେହି ବିମାନର ପାଇଲଟ୍ଙ୍କୁ ଡିଜିସିଏ ନିଲମ୍ବିତ କରିଛି। ବିମାନର ପାଇଲଟ୍ଙ୍କୁ ଡିଜିସିଏ ୩ ମାସ ପାଇଁ ସସ୍ପେଣ୍ଡ କରି ଦେଇଛି।
ଡିଜିସିଏର ନିୟମ ଅନୁସାରେ, ଏୟାର ଇଣ୍ଡିଆ (AI)ର ଜଣେ ପାଇଲଟଙ୍କ ନିଲମ୍ବନକୁ ରଦ୍ଦ କରିବାର ଆବେଦନକୁ ଡିଜିସିଏ ଖାରଜ କରିଛି।
କହି ରଖୁଛୁ, ଏହା ପୂର୍ବରୁ ଜାନୁଆରୀରେ ଖବର ଆସିଥିଲା ଯେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ କମ୍ପାନୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Directorate General of Civil Aviation (DGCA) has rejected an appeal to set aside the suspension of an Air India (AI) pilot for allegedly failing to perform his duties as per rules. pic.twitter.com/f5R37HSWWh
— ANI (@ANI) March 1, 2023
ଅଭିଯୁକ୍ତ ବହୁରାଷ୍ଟ୍ରୀୟ କମ୍ପାନୀରେ ୱେଲ୍ସ ଫାର୍ଗୋରେ କାମ କରୁଥିଲେ। କମ୍ପାନୀ ତାଙ୍କୁ କାମରୁ ବହିଷ୍କାର କରିଥିଲା। କମ୍ପାନୀ ଏକ ବୟାନ ଜାରି କରି କହିଥିଲା କି, ଏହି ଘଟଣାକୁ ନେଇ କମ୍ପାନୀ ଦୁଃଖିତ।