ଗଞ୍ଜାମ : ବାହାଘର ଭୋଜି ଅଧାରୁ ବନ୍ଦ, ପ୍ରଶାସନ ଚଢ଼ାଉ କରି ଖାଦ୍ୟ ବାଣ୍ଟି ଦେଲା

ଗଞ୍ଜାମ (କେ ନ୍ୟୁଜ୍‌) : କଟକଣା ମାନିଲେନି । ଲକ୍ ଡାଉନ୍‌ରେ ବି କଲେ ବାହାଘର ଭୋଜି । ଆଉ ସୂଚନା ପାଇବା ପରେ ଭୋଜି ବନ୍ଦ କଲା ପ୍ରଶାସନ । ଲୋକ ଆଉ କେବେ ବୁଝିବେ ? କରୋନାକୁ ନେଇ ସଚେତନତା କରାଯାଉଛି । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହେଉଛି । ପ୍ରତିଦିନ ଲୋକଙ୍କୁ ସଚେତନ କରାଯାଉଛି । ଏପଟେ ଗାଁ ଠୁ ସହର ଅନେକ ସ୍ଥାନରେ ପଜିଟିଭ ଚିହ୍ନଟ ହୋଇ ଚାଲିଛନ୍ତି । ସରକାର ଶୋଭାଯାତ୍ରା, ଭୋଜି, ଲୋକ ଗହଳି ପାଇଁ କଟକଣା ଲଗାଇଛନ୍ତି । ତଥାପି ଅନେକ ଅମାନିଆ ଖାତିର୍ କରୁ ନାହାନ୍ତି ଏସବୁକୁ।

BHOJI-2

ଏହି ସମୟରେ ବାହାଘର କରିବା ପାଇଁ ଅନେକଙ୍କ ଆଗ୍ରହ ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି । ତେବେ ନିୟମ ଭିତରେ ରହି କଟକଣାକୁ ମାନି ବାହଶଘର କରିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧିଖଣ୍ଡି ଗାଁରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ନିୟମ ଠାରୁ ଅଧିକ ଲୋକ ହାଜର ହେଲେ । ଖବର ପାଇ ତହସିଲଦାର୍, ବିଡିଓ, ଥାନା ଅଧିକାରୀ ପହଞ୍ଚି ଭୋଜି ବନ୍ଦ କରିଛନ୍ତି ।
ଏହି ବାହଘର ଭୋଜିରେ ପ୍ରାୟ ୧,୫୦୦ଲୋକଙ୍କ ପାଇଁ ହୋଇଥିବା ରନ୍ଧା ଖାଦ୍ୟ କୋରେଣ୍ଟାଇନ୍ ସେଣ୍ଟରରେ ବଣ୍ଟାଯିବା ସହ ହଣ୍ଡାଗୁଡ଼ିକୁ ମଧ୍ୟ ଜବତ କରାଯାଇଛି । ସେହିପରି ଭୀଷ୍ମଗିରିରେ ମଧ୍ୟ ବାହାଘର ଭୋଜି ବନ୍ଦ କରାଯାଇଛି । ଏଠାରେ ୧,୦୦୦ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା । ଯାହାକୁ ଗାଁରେ ଗରିବ ଲୋକଙ୍କୁ ବଣ୍ଟା ଯାଇଛି । ତେବେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ଲୋକ ସଚେତନ ହେବା ପାଇଁ ଯେତେ କରି କୁହାଗଲେ ମଧ୍ୟ ଏଭଳି କିଛି ଅମାନିଆ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ।

administration action against marriage feast

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.