ଜିଲ୍ଲାପାଳଙ୍କ ଦ୍ୱାରା ବଙ୍ଗୀୟ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର, ପୂରଣ ହେଲା ଦମ୍ପତିଙ୍କ ଦୀର୍ଘ ଦିନର ଆଶା

ଏହିଭଳି ଏକ ଅସହାୟ ଶିଶୁକୁ ରାୟଗଡା ଜିଲ୍ଲା ପ୍ରଶାସନର ସହଯୋଗରେ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି ଜଣେ ବଙ୍ଗୀୟ ଦମ୍ପତି । ଏଣିକି ଶିଶୁଟି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ବେଶ ଭଲ ଭାବେ ଲାଳନ ପାଳନ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।

ସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ଥିଲେ ପଶ୍ଚିମବଙ୍ଗର ଜଣେ ଦମ୍ପତି । ସେଥିପାଇଁ ତ ପଶ୍ଚିମବଙ୍ଗରୁ ଦୌଡ଼ି ଆସିଥିଲେ ଓଡ଼ିଶାର ରାୟଗଡାକୁ । ସନ୍ତାନଟିଏ ପାଇବା ପାଇଁ କିଏ କେତେ ପୂଜା ପାଠ କରୁଛି ହେଲେ ସନ୍ତାନଟିଏ ପାଇଁ ଅନ୍ୟ ଏକ ରାଜ୍ୟକୁ ଆସିବା ଘଟଣା ଖୁବ ସ୍ୱତନ୍ତ୍ର । ତେବେ ଅସହାୟ ପିଲାଟି ଅନିଶ୍ଚିତତା ଭବିଷ୍ୟତ ନେଇ ରାୟଗଡା ଜିଲ୍ଲାପ୍ରଶାସନର ତତ୍ୱାବଧାନରେ ବଢୁଥିଲା । କାରଣ କୋରନା ସମୟରେ ମା’ ଚାଲିଯାଇଥିଲେ ଆରପାରିକୁ । ଏହାପରେ ବାପା ନିଜ ଦୁଇ ଶିଶୁକୁ ଗାଁରେ ସମ୍ପର୍କୀୟଙ୍କ ନିକଟରେ ଛାଡିଦେଇ ଦାଦନ ଖଟିବାକୁ ଚାଲିଗଲେ ।

ଏହିଭଳି ଏକ ଅସହାୟ ଶିଶୁକୁ ରାୟଗଡା ଜିଲ୍ଲା ପ୍ରଶାସନର ସହଯୋଗରେ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି ଜଣେ ବଙ୍ଗୀୟ ଦମ୍ପତି । ଏଣିକି ଶିଶୁଟି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ବେଶ ଭଲ ଭାବେ ଲାଳନ ପାଳନ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ । ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ଚକ୍ରଭାଟା ଗାଁର ମିଟୁ କାଡ୍ରାକା କୋରନା ସମୟରେ ନିଜ ପତ୍ନୀଙ୍କୁ ହରାଇଥିଲେ । ନିଜର ଭିନ୍ନକ୍ଷମ ଝିଅ ଓ ପୁଅକୁ ଲାଳନ ପାଳନ କରିନପାରି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଗଲେ । ଏହି ସମୟରେ ଜିଲ୍ଲାପ୍ରଶାସନ ଚକ୍ରଭଟା ଗାଁରେ ଅସହାୟ ଅବସ୍ଥାରେ ଭିନ୍ନକ୍ଷମ ୮ ବର୍ଷର ଝିଅ ଓ ୫ ବର୍ଷର ପୁଅକୁ ଉଦ୍ଧାର କରି ତା’ର ଲାଳନ ପାଳନ ଦାୟିତ୍ୱ ନେଇଥିଲେ ।

କିନ୍ତୁ ଏବେ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ସୁଦୂର ପଶ୍ଚିମବଙ୍ଗରୁ ଆସିଥିବା ବଙ୍ଗୀୟ ଦମ୍ପତ୍ତିଙ୍କୁ ୬ ବର୍ଷୀୟ ପୁତ୍ର ସନ୍ତାନଙ୍କୁ ପୋଷ୍ୟ ସନ୍ତାନ ଭାବେ ପ୍ରଦାନ କରିଛନ୍ତି । ବଙ୍ଗୀୟ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ ପରେ ଖୁସିରେ ବିଭୋର ହୋଇଯାଇଛନ୍ତି । ଆର୍ଥୀକ ସ୍ଥିତି ବେଶ ସ୍ୱଚ୍ଛଳ ଥିବା ବଙ୍ଗୀୟ ଦମ୍ପତ୍ତିଙ୍କ ପାଖରେ ପିଲାଛୁଆ ନଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ । ସେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ । ବହୁ ବର୍ଷ ଅପେକ୍ଷା କରିବା ପରେ ଏବେ ଏହି ବଙ୍ଗୀୟ ଦମ୍ପତ୍ତିଙ୍କ ଆଶା ପୂରଣ ହୋଇଛି ।

ଗତ ତିନି ବର୍ଷ ଧରି ସରକାରଙ୍କ ଏସ.ଏ.ଏ (ଆଇ.ଡ଼ି.ଏସ) ରାୟଗଡା ଦ୍ଵାରା ଲାଳନ ପାଳନ ହେଉଥିବା ୬ ବର୍ଷୀୟ ପୁତ୍ର ସନ୍ତାନଙ୍କୁ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ଦମ୍ପତି । ବଙ୍ଗୀୟ ଦମ୍ପତି ଏହି ପୁତ୍ର ସନ୍ତାନକୁ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରି ବେଶ ଆତ୍ମହରା ହୋଇ ପଡିଛନ୍ତି । ଜିଲ୍ଲାପାଳ ମହାଜନ ପୋଷ୍ୟ ଭାବେ ଗ୍ରହଣ କରିଥିବା ଶିଶୁ ପୁତ୍ରକୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବିଚିତ୍ରା ସେଠିଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଦାଯିତ୍ୱବୋଧ କାର୍ଯ୍ୟ ତଥା ପ୍ରସାଶନର ଉଦ୍ୟମ ଯୋଗୁଁ ଆଜି ଏହି ଅସହାୟ ଶିଶୁଟି ଏକ ନୂଆ ଜୀବନ ପାଇପରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.