ଏକା ସାଙ୍ଗେ ଲୁଟିନେଲେ ୧୨ରୁ ୧୩ ଲକ୍ଷ ଟଙ୍କାର ମୋବାଇଲ, ଥାନାରେ ଦୋକାନ ମାଲିକ

ରେଢ଼ାଖୋଲ ଭୀମଭୋଇ ଛକ ନିକଟସ୍ଥ ଖୁସି ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଏହି ଦୋକାନରୁ ବିଭିନ୍ନ କମ୍ପାନୀ ର ୫୦ରୁ ୬୦ଟି ମୋବାଇଲ ଓ ମୋବାଇଲରେ ବ୍ୟବହାର ହେଉଥିବା ସାମଗ୍ରୀ ଚୋରି ହୋଇଛି ।

ରେଢ଼ାଖୋଲ(କେନ୍ୟୁଜ):  ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏ ଲୁଟେରା ମାନଙ୍କର ଆତଙ୍କ । ସେ ସହର ହେଉ ଅବା ଗାଁରେ ଲୁଟ୍‌ ପାତ୍‌ ର ଖବର ବଢ଼ିବାରେ ଲାଗିଛି । ଲୁଟ୍‌ କରିବା ପରେ ଟିକେ ବି ସୂରାକ୍‌ ଛାଡ଼ୁ ନାହାଁନ୍ତି ।

ତେବେ ରେଢ଼ାଖୋଲ ଭୀମଭୋଇ ଛକ ନିକଟସ୍ଥ ଖୁସି ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଏହି ଦୋକାନରୁ ବିଭିନ୍ନ କମ୍ପାନୀ ର ୫୦ରୁ ୬୦ଟି ମୋବାଇଲ ଓ ମୋବାଇଲରେ ବ୍ୟବହାର ହେଉଥିବା ସାମଗ୍ରୀ ଚୋରି ହୋଇଛି । ଏହି ସବୁ ଜିନିଷର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ରୁ ୧୩ ଲକ୍ଷ ଟଙ୍କା ହେବ । ଦୋକାନ କାନ୍ଥ ଭାଙ୍ଗି ଲୁଟେରାମାନେ ଅତି ଚାଲାକ ଭାବେ ଏତେ ସବୁ ଜିନିଷ ଚୋରି କରି ନେଇଥିବା ଜଣାପଡିଛି । ଚୋରି ଘଟଣାକୁ ନେଇ ଥାନାରେ ଦୋକାନ ମାଲିକ ସୋମେନ୍ଦ୍ର ପଣ୍ଡା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ରେଢ଼ାଖୋଲ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରୁଥିଲେ । କିନ୍ତୁ ଏବେ ଏହି ଲୁଟେରାମାନେ ମୋବାଇଲ ଓ ଦାମୀ ଦାମୀ ଜିନିଷକୁ ବି ଚୋରି କରିବାକୁ ପଛାଉ ନାହାନ୍ତି । ସୁବିଧା ସୁଯୋଗ ଦେଖି ଲୁଟୁଛନ୍ତି ଆଉ ଫେରାର ମାରୁଛନ୍ତି । ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ମନ ଇଚ୍ଛା ଘରେ ଓ ଦୋକାନରେ ପଶି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଲୁଟି ନେଉଛନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.