ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଆକ୍ସନ: ୨ ଜେଲ୍ ୱାର୍ଡର ନିଲମ୍ବିତ

ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ । ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଜେଲ୍ ୱାର୍ଡର ନିଲମ୍ବିତ । ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀ ସସପେଣ୍ଡ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ । ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଜେଲ୍ ୱାର୍ଡର ନିଲମ୍ବିତ । ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀ ସସପେଣ୍ଡ । ଦୁଇ ଜଣଙ୍କ ବିରୋଧରେ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ହୋଇଛି । ଜେଲ୍ ଡିଜିଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଜେଲ୍ ଡିଆଇଜି ଅନସୂୟା ଜେନା ଓ ବରିଷ୍ଠ ଅଧୀକ୍ଷକ ଡିଏନ୍ ବାରିକ ରିପୋର୍ଟ ଦେଇଥିଲେ । ଝାଡ଼ପଡା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଚେତିଲା ଜେଲ ବିଭାଗ। ରାଜ୍ୟର ପ୍ରମୁଖ ଜେଲ ସହ ଜେଲ ଡିଜି ଅମ୍ରିତ ମୋହନ ପ୍ରସାଦ ଭିଡିଓ କନଫରେନସିଂରେ ବୈଠକ କରୁଛନ୍ତି । ଜେଲରେ କିଭଳି ସୁରକ୍ଷା ରହିଛି । କିଭଳି ନିଶା କାରବାର ଚାଲିଛି ? ଏସବୁ ନେଇ ଚାଲିଛି ବୈଠକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.