ଦିନକୁ କେତେ ଥର ପରିସ୍ରା ଯିବା ଉଚିତ୍‌? ଏହାଠାରୁ କମ୍‌ ଦିଏ ଗମ୍ଭୀର ରୋଗର ସଂକେତ

ଦିନକୁ କେତେ ଥର ପରିସ୍ରା ଯିବା ଉଚିତ୍‌ ? ଏକଥା ପ୍ରାୟ ଅଧିକାଂଶ ଲୋକ ଚିନ୍ତା କରିଥାନ୍ତି, କାରଣ କମ୍‌ ପରିସ୍ରା ଯିବା ଗମ୍ଭୀର ରୋଗର ଆଗୁଆ ସଂକେତ ଦେଇ ଥାଏ । ଆସନ୍ତୁ ଜାଣିବା ଜଣେ ସୁସ୍ଥ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା ଯିବା ଆବଶ୍ୟକ...

ଶରୀରକୁ ପରିଷ୍କାର ରଖିବା ସହ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ମଳ, ମୂତ୍ର, ଝାଳ, କଫ ଇତ୍ୟାଦି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସବୁଠାରୁ ଅଧିକ ବର୍ଜ୍ୟ ମଳ ଓ ମୂତ୍ର ଆକାରରେ ଶରୀରରୁ ବାହାରିଥାଏ । ତେବେ ପରିସ୍ରା ମାଧ୍ୟମରେ ଶରୀରର ବର୍ଜ୍ୟବସ୍ତୁ ଶୀଘ୍ର ନିଷ୍କାସିତ ହୁଏ । ଏଣୁ ଦିନକୁ ୩ରୁ ୪ ଲିଟର ପାଣି ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ପାଣି ସହ ଟକ୍ସିନ୍‌ ବାହାରିବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ରହେ । ତେବେ ବେଳେବେଳେ ଲୋକମାନେ ଚିନ୍ତା କରନ୍ତି ଯେ ଦିନକୁ କେତେ ଥର ପରିସ୍ରା ଯିବା ଉଚିତ୍‌ । କାରଣ କମ୍‌ ଥର ପରିସ୍ରା ଯିବା କୌଣସି ରୋଗର ଲକ୍ଷଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଜଣେ ସୁସ୍ଥ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା ଯିବା ଆବଶ୍ୟକ…

ଯଦି ଦିନକୁ ୬ରୁ ୮ ଥର ପରିସ୍ରା ଯାଉଛନ୍ତି, ତେବେ ତାହା ସ୍ୱାଭାବିକ । କାରଣ ୩-୪ ଲିଟର ପାଣି ପିଇଲେ ୫-୬ ଥର ପରିସ୍ରା ଲାଗିପାରେ । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସୁସ୍ଥ ରଖେ । ଏଥିସହ ତ୍ୱଚାକୁ ମଧ୍ୟ କୋମଳ ଓ ନମନୀୟ ରଖିଥାଏ । ଠିକ୍‌ ମାତ୍ରାରେ ପାଣି ପିଇଲେ ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ । କିନ୍ତୁ ଯଦି ଏହାଠାରୁ କମ୍‌ ଥର ପରିସ୍ରା ଯାଉଥାନ୍ତି, ତେବେ ଏହା କେତେକ ରୋଗର ପୂର୍ବାଭାସ ହୋଇପାରେ ।

କମ୍‌ ଥର ପରିସ୍ରା ଯିବା ଦିଏ ଏସବୁ ରୋଗର ସଙ୍କେତ:

– ଶରୀରରେ ଜଳ ଅଭାବ
– ରକ୍ତ ସଞ୍ଚାଳନରେ ଅନିୟମିତତା
– ୟୁଟିଆଇ ବା ୟୁରିନାରି ଟ୍ରାକ୍‌୍‌ ଇନ୍‌ଫେକସନ୍‌
– ଶରୀରରେ କ୍ୟାଲସିୟମ୍‌ର ଲେବଲ ବଢ଼ିବା, ଏହା ଦ୍ୱାରା କିଡ୍‌ନୀର କାର୍ଯ୍ୟକାରିତା ପ୍ରଭାବିତ ହୋଇଥାଏ ଓ କମ୍‌ ମୂତ୍ର ତିଆରି ହୁଏ।
– ପ୍ରୋଷ୍ଟେଟ୍‌ ସହ ଜଡ଼ିତ ସମସ୍ୟା
– କିଡ୍‌ନୀ ସମସ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.