ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନରେ ଜୋର୍‌ଦାର ସ୍ୱାଗତ, ରାସ୍ତା ପାର୍ଶ୍ୱରେ ୪୫ କିମି ଯାଏ ଛିଡ଼ା ହୋଇଥିଲେ ଲୋକେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିନିଆ ଗସ୍ତରେ ପଡ଼ୋଶୀ ଦେଶ ଭୁଟାନରେ ପହଞ୍ଚିଛନ୍ତି । ପିଏମ୍‌ ମୋଦି ମାର୍ଚ୍ଚ ୨୨ ଏବଂ ୨୩ ଭୁଟାନରେ ରହିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନରେ ଜୋର୍‌ଦାର ସ୍ୱାଗତ କରାଯାଇଛି । ପିଏମ୍‌ ମୋଦି ନିଜର ଦୁଇ ଦିନିଆ ଗସ୍ତରେ ପଡ଼ୋଶୀ ଦେଶ ଭୁଟାନରେ ପହଞ୍ଚିଛନ୍ତି । ସେ ମାର୍ଚ୍ଚ ୨୨ ଏବଂ ୨୩ ଭୁଟାନରେ ରହିବେ । ପୂର୍ବରୁ ମାର୍ଚ୍ଚ ୨୧ ଏବଂ ୨୨ ତାରିଖ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଖରାପ ପାଗ ଯୋଗୁ ଏହି ଗସ୍ତକୁ ବାତିଲ କରାଯାଇଥିଲା ।

ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଭୁଟାନ ସରକାରଙ୍କ ସହ କଥାବାର୍ତ୍ତା କରି ନୂତନ ତାରିଖ ଘୋଷଣା କରାଯିବା କଥା କହିଥିଲେ । ଯଦିଓ ପାରସ୍ପରିକ ସହମତି ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଭୁଟାନ ଯାତ୍ରା କରିଛନ୍ତି ।

ମୋଦିଙ୍କ ଏହି ଗସ୍ତରେ ସ୍ଥାନୀୟ ଲୋକେ ଖୁସି ଜାହିର କରିଛନ୍ତି । ରାଜଧାନୀ ଥିମ୍ଫୁରେ ପ୍ରଧାନମନ୍ତ୍ରୀଙ୍କୁ ଜୋର୍‌ଦାର ସ୍ୱାଗତ କରାଯାଇଛି । ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକମାନେ ପିଏମ୍‌ ମୋଦିଙ୍କୁ ଅଭିବାଦନ ଜଣାଇଥିଲେ । ମୋଦିଙ୍କ ସ୍ୱାଗତରେ ୪୫ କିଲୋମିଟର ଯାଏ ଲୋକେ ଛିଡ଼ା ହୋଇଥିଲେ ।

ବିମାନବନ୍ଦରରେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ପିଏମ୍‌ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍‌ ଦିଆଯାଇଥିଲା । ପିଏମ୍‌ ମୋଦିଙ୍କ ଭୁଟାନ ଆଗମନରେ ପ୍ରଧାନମନ୍ତ୍ରୀ ତୋବଗେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘ଭୁଟାନକୁ ଆପଣଙ୍କୁ ସ୍ୱାଗତ ମୋ ବଡ଼ଭାଇ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.