ଆଜିଠୁ ଆରମ୍ଭ ଆଇପିଏଲ : ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଆଜିଠାରୁ ଫଟାଫଟ୍ କ୍ରିକେଟ୍ ମହାସମର-ଆଇପିଏଲ। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ଆସନ୍ତାକାଲିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଧୋନୀଙ୍କୁ ଦେଖିବାକୁ ଉତ୍କଣ୍ଠାରେ ରହିଛନ୍ତି ଦର୍ଶକ।

(କେନ୍ୟୁଜ): ଆଜିଠାରୁ ଫଟାଫଟ୍ କ୍ରିକେଟ୍ ମହାସମର-ଆଇପିଏଲ। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ଆସନ୍ତାକାଲିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଧୋନୀଙ୍କୁ ଦେଖିବାକୁ ଉତ୍କଣ୍ଠାରେ ରହିଛନ୍ତି ଦର୍ଶକ। ଚିପକ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ। ଉଦଘାଟନୀ ମ୍ୟାଚରେ ଏଆର ରେହମାନଙ୍କ ସଂଗୀତରେ ଝୁମିବ ଷ୍ଟାଡିୟମ।

ବଲିଉଡର ବହୁ ପ୍ରସିଦ୍ଧ ତାରକା ଉଦଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବେ। ଏମାନଙ୍କ ଭିତରେ ଅଛନ୍ତି ଅକ୍ଷୟ କୁମାର ଓ ଟାଇଗର ସ୍ରଫ। ଏଥର ମଧ୍ୟ ମୋଟ ୭୪ ଟି ମ୍ୟାଚ ଖେଳାଯିବ। ୭୦ଟି ଲିଗ ମ୍ୟାଚ ବ୍ୟତୀତ ଦୁଇଟି କ୍ବାଲିଫାୟାର, ଗୋଟିଏ ଏଲିମିନେଟର ଓ ଶେଷରେ ଫାଇନାଲ ମ୍ୟାଚ ଖେଳାଯିବ। ଲିଗ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ ଖେଳିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.