ଭାଗବତ ଚେତନା ସଂଘ ପକ୍ଷରୁ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଓ କଳସ ଯାତ୍ରା

ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଓଂଳ ପ୍ରହରାଜପୁର ଗ୍ରାମର ଭାଗବତ ଚେତନା ସଙ୍ଘ ଆନୁକୂଲ୍ୟରେ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।

ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଓଂଳ ପ୍ରହରାଜପୁର ଗ୍ରାମର ଭାଗବତ ଚେତନା ସଙ୍ଘ ଆନୁକୂଲ୍ୟରେ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସକାଳୁ ରୁଦ୍ରାଭିଷେକ, ଚଣ୍ଡୀପାଠ, ଶ୍ରୀ ଗୋପାଳ ସହସ୍ରନାମ, ସୁନ୍ଦରକାଣ୍ଡ ପାଠ କରାଯିବା ସହ ଅପରାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳାମାନେ ଶୁଦ୍ଧପୁତ୍ତ ଭାବରେ ନିଷ୍ଠାର ସହିତ ବାବା ଗତନାଥ ମନ୍ଦିର ପୁଷ୍କରିଣୀରୁ ପୂଜାପାଠ କରି କଳସୀରେ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାଗବତ ପାଠ ଓ ଅନ୍ୟ ପୁରାଣ ଶାସ୍ତ୍ର ଚର୍ଚ୍ଚା ଲୋକଙ୍କର ଚେତନାର ବିକାଶ କରିବା ସହ ଜୀବନକୁ ଆନନ୍ଦ ଓ ଶାନ୍ତିରେ ଅତିବାହିତ କରିବାର ଅନେକ ବାଟ ବତାଇଥାଏ । ତେଣୁ ସାମ୍ପ୍ରତିକ ଭୟାବହ ପରିସ୍ଥିତିରେ ବିଶ୍ୱର କଲ୍ୟାଣ ପାଇଁ ସର୍ବ ମଙ୍ଗଳକାରୀ ତଥା ତାପତ୍ରୟ ଉନ୍ମଳନକାରୀ ସର୍ଵଶାସ୍ତ୍ର ଚୁଡାମଣି ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ପ୍ରରିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଵିଓଂଳ ପ୍ରହରାଜପୁର ଭାଗବତ ଗୋସାଇଁ ପ୍ରାଗଣରେ ମହା ସମାରୋହରେ ଅନୁଷ୍ଠିତ ହେଉଅଛି ।

ଏହି ଭାଗବତ ପାରାୟଣରେ ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ବରଣ୍ୟ ସନ୍ଥ ମହନ୍ତ ଶ୍ରୀ ଶ୍ରୀ ଅକ୍ଷୟ ଦେବଦାସ ମହାରାଜ, ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ, ବାବାଜୀ କେଶବ ଦାସ ମହାରାଜ, ବାବାଜୀ ଶ୍ରୀ କୃଷ୍ଣ ଦାସ ମହାରାଜ, ପଣ୍ଡିତ ସୁଶୀଲ କୁମାର ରଥ ଓ ପଣ୍ଡିତ କେଦାରନାଥ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବେ । ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ମାନେ ମଧ୍ୟ ଯୋଗ ଦେଉଛନ୍ତି ।

ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ । ଗ୍ରାମର ବାବାଜୀ ଚରଣ ସାହୁ, ଭଗବାନ ସାହୁ, ପ୍ରତାପ କୁମାର ସାହୁ, ଅଶୋକ କୁମାର ସାହୁ, ରବୀନ୍ଦ୍ରନାଥ ସାହୁ, କୃପାସିନ୍ଧୁ ସାହୁ, ପଦ୍ମଲାଭ ସାହୁ, ବାବାଜୀ କେଶବ ଦାସ ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଦୀର୍ଘ ୨୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଭାଗବତ ପାରାୟଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.