ବବି ଦେଓଲଙ୍କ ଛୋଟ ପିଲାଙ୍କ ପ୍ରତି ଭଲ ପାଇବା ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ‘ଆନିମଲ’ ପରଠାରୁ ବବି ଦେଓଲ୍‌ ସମସ୍ତଙ୍କ ମନରେ ଏକ ଭଲ ସ୍ଥାନ ହାସଲ କରିଛନ୍ତି । ଏବେ ନିକଟରେ ଅଭିନେତା ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ, ଯେଉଁଠାରେ ତାଙ୍କର ଉଦାରତା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ବଲିଉଡର ଷ୍ଟାର ବବି ଦେଓଲଙ୍କ କ୍ୟାରିଅରରେ ଅନେକ ମୋଡ଼ ଆସିଛି । ସେ ନିଜ କ୍ୟାରିୟର ଆରମ୍ଭରେ ବହୁତ ଉତ୍ଥାନ-ପତନ ଦେଖିଛନ୍ତି । ସେ ବହୁତ ସମୟ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ ଏବଂ ତାପରେ ସେ OTT ରେ ଏକ ୱେବ୍ ସିରିଜ୍ କରିବାର ସୁଯୋଗ ପାଇଲେ । ତେବେ ସେ ‘ଆଶ୍ରମ’ ଜରିଆରେ ନିଜ କ୍ୟାରିଅରରେ ଆଗକୁ ଯିବାକୁ ଲାଗିଥିଲେ ଏବଂ ପରେ ସେ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଯାହା ତାଙ୍କୁ ନିଜ କ୍ୟାରିଅରରେ ବହୁତ ଆଗକୁ ନେଇବାରେ ସାହାର୍ଯ୍ୟ କରିଛି ।ଏହାର ସଫଳତା ଅଭିନେତାଙ୍କୁ ତାଙ୍କର ହଜିଯାଇଥିବା ପରିଚୟ ଫେରାଇ ଦେଇଥିଲା । ତେବେ ଫିଲ୍ମରେ ବବି ଦେବାଲ କେବଳ ମାତ୍ର ୧୦ ମିନିଟ୍‌ର ଭୂମିକାରେ ନଜର ଆସିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହା ପରଠାରୁ ବବି ଦେଓଲ୍‌ ସମସ୍ତଙ୍କ ମନରେ ଏକ ଭଲ ସ୍ଥାନ ହାସଲ କରିଛନ୍ତି । ଏବେ ନିକଟରେ ଅଭିନେତା ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ, ଯେଉଁଠାରେ ତାଙ୍କର ଉଦାରତା ଦେଖିବାକୁ ମିଳିଥିଲା ।

ତେବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବବି ଦେଓଲ ଅଲାନା ପାଣ୍ଡେଙ୍କ ଶିଶୁ ସାୱାରରେ ଯୋଗ ଦେବାକୁ ଯାଇଥିଲେ । ସେହି ସମୟ ମଧ୍ୟରେ ସେ ଧଳା ସାର୍ଟ ଏବଂ ଡେନିମ୍ ପିନ୍ଧିଥିଲେ । ଯାହା ଅଭିନେତାଙ୍କ ଲୁକ୍‌ ବହୁତ ସୁନ୍ଦର କରିଥିଲା । ଏହା ପରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ଯେ ଶିଶୁ ସାୱାର ପାର୍ଟିରେ ଯୋଗଦେବା ପରେ ସେ ବାହାରକୁ ଆସିବା ମାତ୍ରେ ଦୁଇଜଣ ପିଲା ତାଙ୍କ ସାମ୍ନାକୁ ଆସିଥିଲେ । ସେ ପିଲାମାନଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ ଏବଂ ତାପରେ ସେମାନଙ୍କ ସହିତ ବୁତ ଭଲ ଭାବରେ କଥା ହୋଇଥିଲେ ଏ ବଂ ସୁନ୍ଦର ପୋଜ୍ କରି ଫଟୋ ମଧ୍ୟ କ୍ଲିକ୍ କରିଥିଲେ । ଏହା ପରେ ସେ ପିଲାମାନଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲେ । ଏହା ଦେଖିବା ପରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ଏହି ଭିଡିଓ ଦେଖିବା ପରେ ଜଣେ ପ୍ରଶଂସକ ଅଭିନେତାଙ୍କୁ ପ୍ରଶଂସା କରି ଲେଖିଛନ୍ତି, ‘ବବି ରିୟଲ ଲାଇଫ୍‌ରେ ଜଣେ ଲଡ’ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ବବିଙ୍କର ମନ ବହୁତ ବଡ଼’ । ଏହାପରେ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ବବି ଜଣେ ଇମୋସ୍‌ନାଲ ବ୍ୟକ୍ତି’ । ଏପରି ଭାବେ ପ୍ରଶଂସକମାନେ ଅଭିନେତା ଉପରେ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିବାରେ ଲାଗିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଫିଲ୍ମ ‘ଆନିମଲ’ ପରେ, ୫୪ ବର୍ଷୀୟ ଅଭିନେତା ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, ଏହି ଅଭିନେତା ତାମିଲର ଆକ୍ସନ୍ ଫିଲ୍ମ ‘କଙ୍ଗୁଭା’ ରେ ଏକ ଦମ୍‌ଦାର ରୋଲରେ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ଅଭିନେତାଙ୍କ ସହ ଦିଶା ପାଟାନି ଏବଂ ସୂର୍ଯ୍ୟ ମଧ୍ୟ ନଜର ଆସିବେ । ଏହାପରେ ଅଭିନେତା ‘ହରି ହର ବୀରା ମଲ୍ଲୁ’ ନାମକ ଏକ ତେଲୁଗୁ ଫିଲ୍ମରେ ନଜର ଆସିବେ, ଯେଉଁଥିରେ ପୱନ କଲ୍ୟାଣ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହା ବ୍ୟତୀତ ଏହି ଅଭିନେତା ଖୁବ ଶୀଘ୍ର ବଲିଉଡରେ ଅନେକ ନୂଆ ଫିଲ୍ମରେ ନଜର ଆସିବେ । ସେହିପରି ଅଭିନେତା ‘ଆଶ୍ରମ’ର ପରବର୍ତ୍ତୀ ସିଜନ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଏବେ ବବି ଦେବାଲ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛନ୍ତି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ filmygyanରେ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by F I L M Y G Y A N (@filmygyan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.