ଏମିତି ପ୍ରତିଭା, ଯାହା ନିଜେ ଆଖିରେ ନଦେଖିଲେ ବିଶ୍ଵାସ କରିବା ଅସମ୍ଭବ

ନିଜେ ଆଖିରେ ନଦେଖିଲେ ବିଶ୍ଵାସ କରିବା ଅସମ୍ଭବ । ଘଣ୍ଟା ଘଣ୍ଟା ଧରି ଜୀବନ ନଥିବା ଲୋକ ପରି ପାଣିରେ ଭାସୁଛନ୍ତି ଯୁବକ ଜଣଙ୍କ । କେତେବେଳେ ଖାଲି ହାତରେ ତ ପୁଣି କେତେବେଳେ ହାତରେ ଦୀପ ରଖି ଘଣ୍ଟା ଘଣ୍ଟା ଧରି ପାଣିରେ ଭାସିପାରୁଛନ୍ତି ସେ । ଆଉ ଏହି କଳା କୌଶଳ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ ।

ଚାନ୍ଦବାଲି(କେନ୍ୟୁଜ):  ନିଜେ ଆଖିରେ ନଦେଖିଲେ ବିଶ୍ଵାସ କରିବା ଅସମ୍ଭବ । ଘଣ୍ଟା ଘଣ୍ଟା ଧରି ଜୀବନ ନଥିବା ଲୋକ ପରି ପାଣିରେ ଭାସୁଛନ୍ତି ଯୁବକ ଜଣଙ୍କ । କେତେବେଳେ ଖାଲି ହାତରେ ତ ପୁଣି କେତେବେଳେ ହାତରେ ଦୀପ ରଖି ଘଣ୍ଟା ଘଣ୍ଟା ଧରି ପାଣିରେ ଭାସିପାରୁଛନ୍ତି ସେ । ଆଉ ଏହି କଳା କୌଶଳ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ ।

କେତେବେଳେ ହାତ ଯୋଡି ତ ପୁଣି କେତେବେଳେ ଦୁଇ ହାତରେ ଜଳୁଥୁବା ଦୀପ ରଖି ପୋଖରୀ ଭିତରେ ଉପରକୁ ମୁହଁ କରି ଭାସୁଛନ୍ତି ଏହି ଯୁବକ । ମିନିଟିଏ କି ଦୁଇ ମିନଟ ନୁହେଁ । ଦୀର୍ଘ ସମୟ ଧରି ଏପରି ଭାବେ ପ୍ରାଣ ନଥିବା ଲୋକ ଭଳି ପାଣିରେ ଭାସୁଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଞ୍ଚଳର କୃଷ୍ଣନଗର ଗାଁର ଏ ହେଉଛନ୍ତି ଅନିଲ ସେଠୀ । ଅନିଲ ନିଜର ନିଷ୍ଠା ଓ ଦୃଢ ମନୋବଳ ଓ ଅଗାଢ ପରିଶ୍ରମ ଫଳରେ ଆଜି ପାଇପାରିଛନ୍ତି ସଫଳତା । ଲୋକମାନେ ମଧ୍ୟ ଅନିଲର ଏପରି ପ୍ରତିଭା ଓ କୌଶଳ ଦେଖି ବେଶ ପ୍ରଶଂସା କରିଛନ୍ତି ସଭିଏଁ ।

ଛୋଟ ବେଳୁ ଅନିଲଙ୍କର କିଛି କରି ଦେଖାଇବାର ନିଶା ଥିଲା । ହେଲେ ସେ ଗରିବ ଘରର ହୋଇଥିବାରୁ ନିଜ ଭିତରେ ଥିବା ପ୍ରତିଭା ବାହାରକୁ ବାହାରି ପାରିନଥିଲା । ହେଲେ ଅନିଲ ପାଠ ପଢା ସାରିବା ପରେ ନିଜର ଦୃଢ ଇଛା ଶକ୍ତି ଓ ସାଧନା ଫଳରେ ଆଜି ସେ ଘଣ୍ଟା ଘଣ୍ଟା ଧରି ବିନା କୌଣସି ଅସୁବିଧାରେ ପାଣିରେ ଭାସିପାରୁଛନ୍ତି । ଦୀର୍ଘ ୨୫ ବର୍ଷ ହେଲା ସେ ଏହି କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବା ସହ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି । ଏବେ ଚାନ୍ଦବାଲି ଅଞ୍ଚଳରେ ଥିବା ବିଭିନ୍ନ ବଡ ବଡ ପୋଖରୀରେ ନିଜର କଳାକୁ ଲୋକଲୋଚନକୁ ଆଣୁଛନ୍ତି ।

ଅନିଲଙ୍କ କହିବା କଥା ସେ ଭାସିବାର କଳା କାହାଠାରୁ ଶିଖିନାହାଁନ୍ତି । ନିଜେ ନିଜର ପ୍ରଚେଷ୍ଟା ଫଳରେ ଆଜି ସଫଳତା ପାଇପାରିଛନ୍ତି । ଏହି କଳା ଦ୍ଵାରା ପାଣିରେ ବୁଡି ମରିଯାଉଥିବା ଲୋକଙ୍କୁ ଉଦ୍ଧାର କରିପାରିବେ ବୋଲି ସେ କହିଛନ୍ତି । ଏହାସହ ଆଜିର ଯୁବପୀଢି ସମସ୍ତେ ଏହି କଳାକୁ ଶିଖିବା ଦରକାର ବୋଲି ଅନିଲ କହିଛନ୍ତି । ତେବେ ଅନିଲଙ୍କୁ ଏଭଳି ପାଣିରେ ଭାସୁଥୁବାର ଦେଖି ସଭିଏଁ ତାଜୁବ ହେବା ସହ ତାଙ୍କର ଏହି କଳା ପାଇଁ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.